ଆନ୍ତଃର୍ଜାତୀୟ କ୍ରିକେଟରୁ ଅବସର ନେଲେ ସୁରେଶ ରାଇନା
ନୂଆଦିଲ୍ଲୀ (ଆମ ଟିଭି): ଆନ୍ତଃର୍ଜାତୀୟ କ୍ରିକେଟରୁ ଅବସର ନେଲେ ସୁରେଶ ରାଇନା । ଭାରତୀୟ ଦଳର ବାମହାତୀ ବ୍ୟାଟସମ୍ୟାନ ସୁରେଶ ରାଇନା ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଲିଗ୍ କ୍ରିକେଟ୍ ଖେଳିବା ପାଇଁ ରାଇନାଙ୍କୁ କ୍ରିକେଟରୁ ଅବସର ଘୋଷଣା କରିବାକୁ ପଡିଛି। ଅର୍ଥାତ ରୈନା ଏବେ ବିସିସିଆଇ ସମ୍ଵନ୍ଧିତ କୌଣସି ଟୁର୍ଣ୍ଣାମେଣ୍ଟ ଖେଳିବେ ନାହିଁ।
ବାମହାତୀ ବ୍ୟାଟସମ୍ୟାନ ରାଇନା ଟୁଇଟ୍ କରି ଲେଖିଛନ୍ତି, ନିଜ ଦେଶ ଏବଂ ଉତ୍ତର ପ୍ରଦେଶ ରାଜ୍ୟରୁ ପ୍ରତିନିଧିତ୍ଵ କରିବା ଏକ ପରମ ସମ୍ମାନର କଥା। ମୁଁ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରୁଛି। ମୁଁ ବିସିସିଆଇ, ୟୁପିସିଏ, ଚେନ୍ନାଇ ସୁପର କିଙ୍ଗ୍ସ, ରାଜୀବ ଶୁକ୍ଳା ସାର ଏବଂ ମୋର ସମସ୍ତ ପ୍ରଶଂସକଙ୍କୁ ମୋର କ୍ଷମତା ଉପରେ ଅତୁଟ ବିଶ୍ଵାସ ରଖିଥିବାରୁ ଧନ୍ୟବାଦ। ଉଲ୍ଲେଖନୀୟ ସୁରେଶ ରୈନା ଅଲଗା ଅଲଗା ଲିଗ୍ ଖେଳିବାକୁ ଚାହାନ୍ତି। ସେ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେଉଥିବା ରୋଡ୍ ସେଫଟୀ ଓ୍ଵାର୍ଲ୍ଡ ସିରିଜରେ ଅଂଶଗ୍ରହଣ କରିବେ। ବିସିସିଆଇର ନିୟମ ଅନୁଯାୟୀ, ଯେଉଁ ଖେଳାଳି ବିସିସିଆଇ ସହ କୌଣସି ପ୍ରକାରେ ଜଡିତ ଅଛି ସେ କୌଣସି ବିଦେଶୀ ଲିଗ୍ କିମ୍ବା ଅନ୍ୟ କୌଣସି ଟୁର୍ଣ୍ଣାମେଣ୍ଟ ଖେଳି ପାରିବେ ନାହିଁ।