ଫିଲ୍ମ ‘ଗୁଡ୍‌ ବାଏ’ର ହେଲା ଟ୍ରେଲର ରିଲିଜ୍, ନୀନା ଗୁପ୍ତାଙ୍କ ସହ ନଜର ଆସିବେ ବିଗ୍ ବି

0

ମୁମ୍ବାଇ(ଆମ ଟିଭି): ଫିଲ୍ମ ‘ଗୁଡ୍‌ ବାଏ’ର ହୋଇଛି ଟ୍ରେଲର ରିଲିଜ୍। ଅମିତାଭ ବଚ୍ଚନ ଏବଂ ନୀନା ଗୁପ୍ତାଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ଗୁଡ୍‌ ବାଏ’ର ଟ୍ରେଲର ରିଲିଜ୍। ଏହି ଫିଲ୍ମରେ ପୁଷ୍ପା ଫିଲ୍ମର ଅଭିନେତ୍ରୀ ରଶ୍ମିକା ମନ୍ଦାନା ବଲିଉଡରେ ଡେବ୍ୟୁ କରିଛନ୍ତି। ତେବେ ଏହି ଫିଲ୍ମର ପୋଷ୍ଟର ଭଳି ଟ୍ରେଲର ମଧ୍ୟ ଖୁବ୍ ସୁନ୍ଦର ହୋଇଛି। ଏହି ଫିଲ୍ମ ଏକ ପାରିବାରିକ କାହାଣୀ ଉପରେ ଆଧାରିତ ହୋଇଥିବା ଟ୍ରେଲରରୁ ଜଣାପଡ଼ିଛି।

ସୋସିଆଲ ମିଡିଆରେ ‘ଗୁଡ୍‌ ବାଏ’ର ଟ୍ରେଲରକୁ ଭଲ ପ୍ରତିକ୍ରିୟା ମିଳିଛି। ଫିଲ୍ମର କାହାଣୀ ହୃଦୟସ୍ପର୍ଶୀ ହୋଇଛି। ଏହି ଫିଲ୍ମରେ ଉଭୟ କମେଡି ଏବଂ ଡ୍ରାମା ଦେଖିବାକୁ ମିଳିବ। ଟ୍ରେଲରରେ ରଶ୍ମିକା ଏବଂ ଅମିତାଭଙ୍କ ମଧ୍ୟରେ ଝଗଡ଼ା ଦେଖି ଫ୍ୟାନ୍ସଙ୍କ ଉତ୍ସୁକତା ଆହୁରି ବଢିଯାଇଛି। ତେବେ ରଶ୍ମିକାଙ୍କ ବ୍ୟତୀତ ଫିଲ୍ମରେ ହାସ୍ୟ କଳାକାର ସୁନୀଲ ଗ୍ରୋଭର ନଜର ଆସିବେ। ସେ ଟ୍ରେଲରରେ ଖୁବ୍ କମ୍ ନଜର ଆସିଛନ୍ତି। ତେଣୁ ସିନେମାରେ ତାଙ୍କୁ ସରପ୍ରାଇଜ୍ ପ୍ୟାକେଜ୍ ବୋଲି କୁହାଯାଉଛି।

Leave A Reply

Your email address will not be published.