ଏଥର ଦୀପାବଳିରେ ଫୁଟିପାରିବନି ବାଣ

0

ନୂଆଦିଲ୍ଲୀ (ଆମ ଟିଭି): ଦୀପାବଳିରେ ନୂଆ ଗାଇଡଲାଇନ ଆଣିଲେ ରାଜ୍ୟ ସରକାର । ଏଥର ଦୀପାବଳିରେ ଆଉ ବାଣ ଫୁଟାଇ ପାରିବେ ନାହିଁ । ରାଜ୍ୟରେ ଜାରି ରହିଥିବା ପରିବେଶ ପ୍ରଦୁଷଣକୁ ନଜରରେ ରଖି ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟାଇବା ଉପରେ ରୋକ ଲଗାଛନ୍ତି ସରକାର। ଚଳିତ ବର୍ଷ ରାଜଧାନୀ ଦିଲ୍ଲୀରେ ବାଣ ଫୁଟିବା ଉପରେ ଲାଗିଥିବା ନିଶେଧାଦେଶ ନେଇ ରାଜ୍ୟ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏହି ନିଷେଧ ଜାନୁଆରୀ ୧, ୨୦୨୩ ପର୍ୟ୍ୟନ୍ତ ଜାରି ରହିବ।

ମନ୍ତ୍ରୀ ଗୋପାଳ ରାୟ ଏକ ଟ୍ୱିଟ୍ କରି କହିଛନ୍ତି ଯେ, ସମସ୍ତ ପ୍ରକାର ବାଣ ଉତ୍ପାଦନ, ଷ୍ଟୋର୍, ବିକ୍ରୟ ଏବଂ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ଯାହା ଦ୍ୱାରା ଲୋକଙ୍କ ଜୀବନ ରକ୍ଷା ହୋଇପାରିବ। ସେହିପରି ଅନଲାଇନ୍ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ରହିବ ଏବଂ ଏହି ନିଷେଧାଦେଶକୁ କଡାକଡି ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଏବଂ ରାଜସ୍ୱ ବିଭାଗ ସହ ଆଲୋଚନା ପରେ ଏକ ଆକ୍ସନ ପ୍ଲାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.