ଖୁବଶୀଘ୍ର କରୋନାର ଅନ୍ତ! ଜାଣନ୍ତୁ କରୋନାକୁ ନେଇ କ’ଣ କହିଲେ ମୁଖ୍ୟ?

0

ଜେନେଭା (ଆମ ଟିଭି): ୩ବର୍ଷ ହେଲା ସାରା ବିଶ୍ୱରେ ତାର ଆତଙ୍କ ଖେଳାଇ ଚାଲିଛି କରୋନା । ତେବେ ଏହାରି ଭିତରେ କରୋନାକୁ ନେଇ ଆସିଛି ଆଉ ଏକ ବଡ଼ ଖବର । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଏହି ସଂକ୍ରାମକ ରୋଗର ଅନ୍ତ ନେଇ ସକରାତ୍ମକ ଆଶାବ୍ୟକ୍ତ କରିଛନ୍ତି। ଏହି ବେମାରୀର ସମାପ୍ତି ଲାଗି ଦୁନିଆକୁ ଏପରି ଭଲ ସ୍ଥିତିରେ ପୂର୍ବରୁ ସେ କେବେ ଦେଖି ନଥିଲେ ବୋଲି ବୁଧବାର ଏକ ଗଣମାଧ୍ୟମ ବାର୍ତ୍ତାରେ କହିଛନ୍ତି। ତେବେ ଭୂତାଣୁ ମୁକାବିଲା ଲାଗି ସବୁ ଦେଶଙ୍କୁ ନିଜ ଉଦ୍ୟମ ଜାରି ରଖିବାକୁ ସେ କହିଛନ୍ତି।

ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ୍ ଅଧନୋମ ଘେବ୍ରେସସ୍ ସାମ୍ବାଦିକଙ୍କୁ କହିଛନ୍ତି ଯେ ଆମେ ମହାମାରୀକୁ ସମାପ୍ତ କରିବା ପାଇଁ କେବେବି ଏହାଠୁ ଭଲ ସ୍ଥିତିରେ ନଥିଲେ। ଆମେ ଏବେ ମହାମାରୀର ସମାପ୍ତିର ସୀମାରେ ପହଞ୍ଚିପାରିନେ, ତେବେ ଏହାର ଅନ୍ତ ଖୁବ୍ ଶୀଘ୍ର ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବିଶ୍ୱକୁ ଏହି ସୁଯୋଗର ଫାଇଦା ନେବାକୁ ପଡିବ।

Leave A Reply

Your email address will not be published.