ଖରାପ ପାଣି ପାଇଁ ଆପଣଙ୍କ କେଶ ଝଡୁଛି କି ,ତେବେ କରନ୍ତୁ ଏସବୁ
ଏବେ ପ୍ରାୟ ସମସ୍ତଙ୍କର କେଶ ଝଡ଼ିବା ସମସ୍ୟା ଦେଖା ଦେଲାଣି । କେବଳ ଝଡ଼ିବା ନୁହେଁ ବରଂ କେଶ ପତଳା ହେବା ସହ ଅକାଳରେ ପାଚି ଯାଉଛି । ଏ ସବୁ ସମସ୍ୟା ଏତେ ଜୋର୍ରେ ବଢ଼ି ଚାଲୁଛି, ଯାହାର ସମାଧାନ ଅତି କଷ୍ଟକର ମନେ ହେଉଛି । ଏ ସମସ୍ୟାର ମୁଖ୍ୟ କାରଣ ହେଲା – ଖରାପ ପାଣି । ହାର୍ଡ ୱାଟର୍ ଅର୍ଥାତ୍, ଅଧିକ TDS (ଟାଞ୍ଜିବଲ୍ ଡିସଅର୍ଡର) ଏବଂ ଅଧିକ ଖଣିଜ ପଦାର୍ଥ ଥିବା ପାଣି, ଧୀରେ ଧୀରେ କେଶକୁ କ୍ଷତି ପହଞ୍ଚାଏ।
କଠିନ ପାଣିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ଅଧିକ ପରିମାଣରେ ଥାଏ, ଯାହା କେଶକୁ ଶୁଷ୍କ ଏବଂ ଦୁର୍ବଳ କରିଥାଏ। ଏହା କେଶ ଅଧାରୁ ଛିଡ଼ିବା ଏବଂ କେଶ ଝଡ଼ିବାର କାରଣ ହୋଇଥାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ କିଛି ଜିନିଷର ଯତ୍ନ ନେବା କେଶ ଝଡ଼ିବା ହ୍ରାସ କରିବାରେ ସାହାଯ୍ୟ କରିପାରିବ।
*ସାୱାର ଫିଲ୍ଟର ବ୍ୟବହାର କରନ୍ତୁ*
ଯଦି ଆପଣଙ୍କ ଅଞ୍ଚଳର ପାଣି ବହୁତ ଖରାପ, ତେବେ ସାୱାର ଫିଲ୍ଟର ଲଗାଇବା ଉପଯୁକ୍ତ।ଏହା ପାଣିରୁ କ୍ଲୋରିନ୍ ଓ ଅଧିକ ଖଣିଜ ପଦାର୍ଥ କମାଏ।କେଶ ଧୋଇବା ପରେ ରୁଖାପଣ କମିଯାଏ।ସ୍କାଲ୍ପର ଖୁସ୍କି ଓ ଖଜୁଆଣି ହ୍ରାସ ପାଏ।
*କ୍ଲାରିଫାଇଂ ସାମ୍ପୁ ବ୍ୟବହାର କରନ୍ତୁ*
ସାଧାରଣ ସାମ୍ପୁ ସବୁବେଳେ ହାର୍ଡ ୱାଟର୍ ଡିପୋଜିଟ୍ କାଢ଼ିପାରେ ନାହିଁ।କ୍ଲାରିଫାଇଂ ସାମ୍ପୁ କେଶରେ ଜମିଥିବା ମଇଳା ଓ ଖଣିଜ ଅବଶେଷକୁ ସଫା କରେ।ସ୍କାଲ୍ପକୁ ଗଭୀର ଭାବେ ପରିଷ୍କାର କରି କେଶ ବୃଦ୍ଧିକୁ ସହାୟତା କରେ।ସପ୍ତାହକୁ ୧–୨ ଥର ବ୍ୟବହାର କରିଲେ ଭଲ ଫଳ ମିଳେ।
*ନଡ଼ିଆ ତେଲର ମାସାଜ୍*
ନଡ଼ିଆ ତେଲ ପ୍ରାକୃତିକ ମଇଶ୍ଚରାଇଜର୍।କେଶକୁ ଆର୍ଦ୍ରତା ଦେଇ ଶୁଷ୍କତା କମାଏ।ମୂଳକୁ ମଜବୁତ କରି କେଶ ଝଡ଼ିବା ହ୍ରାସ କରେ।
ଡାଣ୍ଡ୍ରାଫ୍ ଓ ସ୍କାଲ୍ପ ଇରିଟେସନ୍ କମାଏ।ସପ୍ତାହକୁ ଅତି କମରେ ୨ ଥର ହାଲୁକା ଗରମ ତେଲରେ ମାସାଜ୍ କରିବା ଉପକାରୀ।
*କେଶ ସିରମ୍ ବ୍ୟବହାର କରନ୍ତୁ*
ସିଲିକନ୍-ଭିତ୍ତିକ କେଶ ସିରମ୍ କେଶରେ ସୁରକ୍ଷା ପରତ ସୃଷ୍ଟି କରେ।ଜଟିଳତା କମାଏ ଓ କେଶକୁ ନରମ କରେ।ଶୁଷ୍କତା ଓ ଭାଙ୍ଗିବା ହ୍ରାସ କରେ।କେଶକୁ ଚମକଦାର ଓ ସ୍ମୂଥ୍ ରଖେ।
ଠିକ୍ ଯତ୍ନ ଓ ସଠିକ୍ ପ୍ରଡକ୍ଟ ବ୍ୟବହାର କଲେ ଖରାପ ପାଣିର ପ୍ରଭାବକୁ କମାଇ କେଶକୁ ସୁସ୍ଥ, ମଜବୁତ ଓ ଚମକଦାର ରଖିପାରିବେ।