ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା

0

ଭୁବନେଶ୍ବର (ଆମ ଟିଭି): ଆଜି ହେଉଛି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ। ସେଥିପାଇଁ ଆଜି ଉଭୟ ବିଜେଡି ଓ ବିଜେପିର ପ୍ରାର୍ଥୀମାନେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଆଜି ବିଧାନସଭାରେ ପ୍ରକୋଷ୍ଠରେ ଖୋଲା ଯାଇଥିବା ରିଟର୍ଣ୍ଣି ଅଫିସରେ ପ୍ରଥମେ ବିଜେଡି ନାମାଙ୍କନ ଦାଖଲ କରିଥିଲା।

ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଦୁଇ ସେଟ ନାମାଙ୍କନ ଦାଖଲ କରିଥିଲେ। ସାଥୀରେ ଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେଓ ବହୁ ବିଧାୟକ। ସନ୍ତୃପ୍ତଙ୍କ ନାମାଙ୍କନରେ ନବୀନ ପଟ୍ଟନାୟକ ପ୍ରଥମ ପ୍ରସ୍ତାବକ ଥିଲେ।

ସେହିପରି ଡାକ୍ତର ଦତ୍ତେଶ୍ବର ହୋତା ମଧ୍ୟ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ନବୀନ ପଟ୍ଟନାୟକଙ୍କ ସହିତ ଉପସ୍ଥିତ ଥିଲେ କଂଗ୍ରେସ ସଭାପତି ଭକ୍ତ ଦାସ। ଦତ୍ତେଶ୍ବରଙ୍କୁ ଉଭୟ କଂଗ୍ରେସ ଏବଂ ବିଜେଡି ସମର୍ଥନ କରୁଛନ୍ତି। ନାମାଙ୍କନ ବେଳେ ଡାକ୍ତର ଦତ୍ତେଶ୍ବରଙ୍କ ନାମାଙ୍କନ ପତ୍ରରେ ଉଭୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ପ୍ରସ୍ତାବକ ଥିଲେ।

Leave A Reply

Your email address will not be published.