ଖରା ଦିନେ ଲେମ୍ବୁ ପାଣି ପିଉଛନ୍ତି କି? ଜାଣନ୍ତୁ ଠିକ୍ ପରିମାଣ

0

ଗ୍ରୀଷ୍ମ ଋତୁ ଆସିଲେ ଶରୀରକୁ ଥଣ୍ଡା ଏବଂ ସତେଜ ରଖିବା ପାଇଁ ଲୋକେ ବିଭିନ୍ନ ପାନୀୟ ଖୋଜନ୍ତି। ସେଥିରେ ଲେମ୍ବୁ ପାଣି ଗୋଟିଏ ସରଳ, ସସ୍ତା ଏବଂ ଉପକାରୀ ପାନୀୟ ଭାବେ ପରିଚିତ। ଏହାରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ତୁରନ୍ତ ଶକ୍ତି ଦେବା ସହିତ ଗରମରୁ ରକ୍ଷା ଦେଇଥାଏ। କିନ୍ତୁ ଯେପରି ଆପଣ ଜାଣିଛନ୍ତି କି , ଏହାର ଲାଭ ସହ ଅତ୍ୟଧିକ ବ୍ୟବହାର କଲେ କିଛି କ୍ଷତିକାରକ ପ୍ରଭାବ ମଧ୍ୟ ଦେଖାଯାଏ।ତେବେ ଆଜି ଜାଣିବା ଲେମ୍ବୁ ପାଣିର ଲାଭ ବିଷୟରେ…

1. ଇମ୍ୟୁନିଟି ବୃଦ୍ଧି କରେ
ଲେମ୍ବୁରେ ଭିଟାମିନ୍ C ଧନ୍ୟ ଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ ଏବଂ ସର୍ଦି-କାଶ ଭଳି ସମସ୍ୟାରୁ ରକ୍ଷା କରେ।

2. ଶରୀରକୁ ହାଇଡ୍ରେଟ୍ ରଖେ
ଖରାଦିନେ ଝାଳ ଦ୍ୱାରା ଶରୀରରୁ ପାଣି କମିଯାଏ। ଲେମ୍ବୁ ପାଣି ପିଇଲେ ଶରୀରରେ ପାଣିର ଅଭାବ ପୂରଣ ହୁଏ।

3. ହଜମ ପ୍ରକ୍ରିୟା ସୁଧାରେ
ଲେମ୍ବୁ ପାଣି ପେଟ ସମସ୍ୟା, ଅଜୀର୍ଣ୍ଣ, ଗ୍ୟାସ ଭଳି ସମସ୍ୟାରୁ ରକ୍ଷା କରିବା ସହ ହଜମକୁ ସକ୍ରିୟ କରେ।

4. ଓଜନ ନିୟନ୍ତ୍ରଣରେ ସାହାଯ୍ୟକାରୀ
ସକାଳେ ଗରମ ପାଣି ସହିତ ଲେମ୍ବୁ ପିଇବା ମେଟାବୋଲିଜମ୍ ବଢାଇ ଓଜନ କମେଇବାରେ ସହାୟକ ହୋଇପାରେ।

5. ଶରୀରକୁ ଏନର୍ଜି ଦେଇଥାଏ
ଗରମରେ କ୍ଲାନ୍ତି ଓ ଅସ୍ଥିରତା କମେଇ ତୁରନ୍ତ ଶକ୍ତି ଓ ସତେଜତା ଦେଇଥାଏ।

6. ଚର୍ମ ପାଇଁ ଉପକାରୀ
ଭିଟାମିନ୍ C ଥିବାରୁ ଚର୍ମକୁ ଗ୍ଲୋ ଦେଇଥାଏ ଏବଂ ଫ୍ରି ରାଡିକାଲ୍‌ସ ସହିତ ଲଢ଼େ।

ଲେମ୍ବୁ ପାଣିର କ୍ଷତି

1. ଦାନ୍ତକୁ କ୍ଷତି
ଲେମ୍ବୁରେ ଥିବା ଏସିଡ୍ ଦାନ୍ତର ଏନାମେଲ୍ କୁ କ୍ଷୟ କରିପାରେ, ବିଶେଷକରି ଯଦି ବହୁତ ଅଧିକ ପିଇଯାଏ।

2. ଏସିଡିଟି ବଢାଇପାରେ
କିଛି ଲୋକଙ୍କରେ ଲେମ୍ବୁ ପାଣି ଏସିଡିଟି ଓ ହାର୍ଟବର୍ନ ବଢାଇପାରେ।

3. ଚର୍ମ ସମସ୍ୟା (ବ୍ରଣ)
ଅତ୍ୟଧିକ ପ୍ରୟୋଗ କିଛି ଲୋକଙ୍କରେ ଚର୍ମରେ ବ୍ରଣ କିମ୍ବା ଆଲର୍ଜି ସୃଷ୍ଟି କରିପାରେ।

4. କିଡନୀ ସମସ୍ୟା
ଅଧିକ ପରିମାଣରେ ନେଲେ କିଡନୀ ସମସ୍ୟାକୁ ଉତ୍ତେଜିତ କରିପାରେ (ବିଶେଷକରି ଯେଉଁମାନଙ୍କର ପୂର୍ବରୁ ସମସ୍ୟା ଅଛି)।

5. ଔଷଧ ସହିତ ପ୍ରତିକ୍ରିୟା
ଯଦି ଡାକ୍ତର ଖଟା ଖାଇବାକୁ ବାରଣ କରିଥାନ୍ତି, ତେବେ ଲେମ୍ବୁ ପାଣି ପିଇବା ଉଚିତ୍ ନୁହେଁ।

Leave A Reply

Your email address will not be published.