ସରକାରୀ କର୍ମଚାରୀମାନେ ଆର୍ଟିଫିସିଆଲ ଇନ୍ଟେଲିଜେନ୍ସ (AI) ଏବଂ ସାଇବର ସୁରକ୍ଷା ପାଠ୍ୟକ୍ରମ ପଢ଼ିବେ । ଏହି ପାଠ୍ୟକ୍ରମ ଶେଷ କରୁଥିବା କର୍ମଚାରୀଙ୍କ ରାଙ୍କିଂ ବଢ଼ିବ । ୩ଟି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟଦକ୍ଷତାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପ୍ରତି ମାସରେ ଅତି କମ୍ରେ ଗୋଟିଏ ପାଠ୍ୟକ୍ରମ ପଢ଼ିବା ବାଧ୍ୟତାମୂଳକ କରିଛନ୍ତି ସରକାର । ଗୋଟିଏରୁ ଅଧିକ ପାଠ୍ୟକ୍ରମ ସମାପ୍ତ କରୁଥିବା କର୍ମଚାରୀଙ୍କ ରାଙ୍କିଂ ବୃଦ୍ଧି ହେବ ।
କହିରଖୁଛୁ ଯେ, ରାଜ୍ୟରେ ମାର୍ଚ୍ଚ ୨୦୨୬ ସୁଦ୍ଧା ୩ ଲକ୍ଷ ୮୮ ହଜାର ୮୫୪ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ୧୮ ଲକ୍ଷ ୮୦ ହଜାର ୩୩୨ ଜଣ କର୍ମଚାରୀ ପଞ୍ଜିକୃତ ହୋଇଛନ୍ତି ଏବଂ ୧୨ ଲକ୍ଷ ୪୫ ହଜାର ୯୫୬ ଜଣ ପାଠ୍ୟକ୍ରମ ଶେଷ କରି ସାରିଛନ୍ତି ।