ଗୌରହରି ଦାସ ପାଇବେ ସରଳା ପୁରସ୍କାର

0

ଭୁବନେଶ୍ବର (ଆମ ଟିଭି): ସାରଳା ପୁରସ୍କାର ପାଇବେ ଗୌରହରି ଦାସ । ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, ଔପନ୍ୟାସିକ, ସ୍ତମ୍ଭକାର ତଥା କଥାକାର ଗୌରହରି ଦାସ ପାଇବେ ଚଳିତ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାର। ତାଙ୍କର ସାହିତ୍ୟ କୃତି ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ତାଙ୍କୁ ୪୩ତମ ଶାରଳା ପୁରସ୍କାର ପ୍ରଦାନ କରିବାକୁ ବିଚାରକ ମଣ୍ଡଳୀ ଦ୍ବାରା ସ୍ଥିରୀକୃତ ହୋଇଥିବା ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି।

ପୁରସ୍କାର ଘୋଷିତ ହେବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଟୁଇଟ୍ କରି ଶ୍ରୀ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିଜ ଟୁଇଟ୍ରେ ଶ୍ରୀ ପଣ୍ଡା ଲେଖିଛନ୍ତି ଯେ, ଗୌରହରି ଦାସଙ୍କ ରଚିତ ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ଇମ୍ପାକ୍ଟ ଦ୍ବାରା ସମ୍ମାନଜନକ ଶାରଳା ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, ଔପନ୍ୟାସିକ, ସ୍ତମ୍ଭକାର ତଥା କଥାକାର ଗୌରହରି ଦାସଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଅଶେଷ ଶୁଭକାମନା। ଆସନ୍ତା ଅକ୍ଟୋବର ୨୬ ତାରିଖରେ ଏକ ଭବ୍ୟ ସମାରୋହରେ ଶ୍ରୀ ଦାସଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯିବ। ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଉତ୍ତରୀୟ, ସମ୍ମାନପତ୍ର ଓ ଫଳକ ସହ ୫ ଲକ୍ଷ ଟଙ୍କା ନଗଦ ରାଶି ସହିତ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

Leave A Reply

Your email address will not be published.