ଭୁବନେଶ୍ୱର(ଆମ ଟିଭି): ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି, ସବୁ ରାଜନୈତିକ ଦଳ ସେମାନଙ୍କ ପାଗ ଭିଡ଼ାରେ ଲାଗିଛନ୍ତି । ଏଥିପାଇଁ ଚଳଚଞ୍ଚଳ ରାଜ୍ୟ ବିଜେପି ଶିବିର । ପୁଣି ଓଡ଼ିଶା ଆସିବେ ସୁନୀଲ ବଂଶଲ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ପୂର୍ବରୁ ଓଡିଶା ଆସୁଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ନଡ୍ଡାଙ୍କ ଗସ୍ତର ବିସ୍ତୃତ ସମୀକ୍ଷା କରିବେ ବଂଶଲ । ଏହାସହ ସଙ୍ଗଠନ ମଜବୁତ ନେଇ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଆସିବେ କ୍ଷେତ୍ରୀୟ ପ୍ରଭାରୀ ।
ଆଜି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଜେପି ନଡ୍ଡାଙ୍କ ଗସ୍ତ ନେଇ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେସ୍ୱରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଗସ୍ତ ନେଇ ଆଲୋଚନା ହୋଇଥିଲା । ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା ମନମୋହନ ସାମଲ, ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ । ସୁନୀଲ ବଂଶଲ ସମୀକ୍ଷା କରି ଯିବା ପରେ ଜେପି ନଡ୍ଡାଙ୍କୁ ରିପୋର୍ଟ ଦେବେ ।