ଷ୍ଟାଣ୍ଡ ଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ

0

ନୂଆଦିଲ୍ଲୀ (ଆମ ଟିଭି): ବଲିଉଡରୁ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି । ପରଲୋକରେ କମେଡିଆନ ରାଜୁ ଶ୍ରୀବାସ୍ତବ । ଦିଲ୍ଲୀ ଏସ୍ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ୫୮ ବର୍ଷ ବୟସ ହୋଇଥିଲା । ତେବେ ରାଜୁ ଶ୍ରୀବାସ୍ତଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ସୂଚନା ମିଳିଛି ।

ସେ ଦୀର୍ଘ ୪୨ ଦିନ ଧରି ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଥିନ ଥିବାବେଳେ ତାଙ୍କର ଆଜି ମୃତ୍ୟୁ ହୋଇଛି । ଅଗଷ୍ଟ ୧୦ ତାରିଖରେ ସେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ଜିମରେ ଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ସେ ତଳେ ପଡ଼ିଯାଇଥିଲେ । ଏବଂ ପରେ ତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଥିଲା । ଆଜି ତାଙ୍କର ପରଲୋକ ହୋଇଛି । ବିଶେଷକରି ଷ୍ଟାଣ୍ଡ ଅପ୍ କମେଡିଆନ୍ ଭାବେ ବେଶ୍ ପରିଚିତ ରାଜୁ ଶ୍ରୀବାସ୍ତବ ।

Leave A Reply

Your email address will not be published.