ଜାପାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ନୂଆଦିଲ୍ଲୀ (ଆମ ଟିଭି): ଜାପାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଶେଷ ବିବାଦ ଜଣାଇବା ପାଇଁ ସେପ୍ଟେମ୍ୱର ୨୭ରେ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆବେଙ୍କୁ ରାଜକୀୟ ସମ୍ମାନ ସହ ଶେଷ ବିଦାୟ ଦିଆଯିବ । ଜୁଲାଇ ୮ରେ ଗୁଳି କରି ଶିଞ୍ଜୋ ଆବେଙ୍କ ହତ୍ୟା କରାଯାଇଥିଲା। ଏହାପରେ ଜୁଲାଇ ୧୭ରେ ତାଙ୍କ ପରିବାର ଅନ୍ତିମ ସଂସ୍କାର କରିଥିଲେ । ତେବେ ତାଙ୍କୁ ରାଜକୀୟ ସମ୍ମାନ ସହ ଅନ୍ତିମ ବିଦାୟ ଦିଆଯିବ, ଏଥିରେ ସାରା ଦୁନିଆର ଅନେକ ବଡ଼ ନେତା ଯୋଗ ଦେବେ । ଅନ୍ୟପଟେ ଏହି ରାଜକୀୟ ସମ୍ମାନକୁ ଜାପାନରେ ବିରୋଧ କରାଯାଉଛି । ଗୋଟିଏ ଦିନ ପୂର୍ବେ ଜଣେ ୭୦ ବର୍ଷୀୟ ବୃଦ୍ଧ ଏହାକୁ ବିରୋଧ କରି ଆତ୍ମାହୁତି ଉଦ୍ୟମ କରିଥିଲେ।

ସମାଜସେବା ପାଇଁ ଶିଞ୍ଜୋ ଆବେଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ପିଏମ ମୋଦୀ ଏବଂ ଆବେଙ୍କ ବନ୍ଧୁତା କାହାକୁ ଅଛପା ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ମେ ମାସରେ ଆବେଙ୍କୁ ଭେଟିଥିଲେ । ୨୦୧୮ ଜାପାନ ଗସ୍ତରେ ଆବେଙ୍କ ଘରକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭେଟିଥିଲେ । ଆବେଙ୍କ କାର୍ୟ୍ୟକାଳରେ ଭାରତ ଏବଂ ଜାପାନର ସମ୍ପର୍କ ଅଧିକ ମଜଭୁତ ହୋଇଛି । ଜାପାନାର ନାରା ସହରରେ ଏକ ନିର୍ବାଚନୀ ପ୍ରଚାର ସମୟରେ ଶିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

u77utଜାପାନରେ କୌଣସି ରାଜକୀୟ ସଂସ୍କାରର ପରମ୍ପରା ନାହିଁ। ଏହା ପୂର୍ବରୁ ୧୯୬୭ରେ କେବଳ ଶିଗେରୁ ୟୋଶିଦାଙ୍କ ଅନ୍ତିମ ସଂସ୍କାରରେ ରାଜକୀୟ ସମ୍ମାନ ସହ ହୋଇଥିଲା । ସେଠାକାର ଲୋକେ ଏହିପରି ଆୟୋଜନକୁ ଅଜଥା ଖର୍ଚ୍ଚ ବୋଲି କୁହନ୍ତି ।

Leave A Reply

Your email address will not be published.