ଦିଲ୍ଲୀରେ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

0

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ଆପ ସରକାରଙ୍କର ଏବେ ସଙ୍କଟର ସମୟ ଚାଲିଛି । ଦିନକୁ ଦିନ ଅଡ଼ୁଆ ବଢିବାରେ ଲାଗିଛି । ବର୍ତ୍ତମାନ ପୁଣି ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି ଆପ୍ ସରକାର । ସରକାରୀ ବିଦ୍ୟାଳୟଗୁଡ଼ିକରେ ଅତିଥି ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଛି। ଭୂତ ଶିକ୍ଷକ ନିଯୁକ୍ତ କରାଯାଇ ସେମାନଙ୍କ ନାମରେ ଦରମା ଉଠାଯାଇ ସରକାରୀ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଆଭ୍ୟନ୍ତରୀଣ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉପରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେଥିରେ କୁହାଯାଇଛି ଅତିଥି ଶିକ୍ଷକ ନିଯୁକ୍ତି, ସେମାନଙ୍କ ଉପସ୍ଥିତି, ସେମାନଙ୍କ ନାମରେ ଉଠାଯାଇଥିବା ଦରମା ଆଦିର ତଦନ୍ତ ମୁଖ୍ୟ ସଚିବ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ବାରା କରିବେ। ଉକ୍ତ ତଦନ୍ତ ରିପୋର୍ଟ ୩୦ ଦିନ ମଧ୍ୟରେ ଦାଖଲ କରିବା ଲାଗି କୁହାଯାଇଛି। ଏଭଳି ଦୁର୍ନୀତି ପ୍ରିନ୍ସିପାଲ,ଭାଇସ ପ୍ରିନ୍ସିପାଲ ଏବଂ ଆକାଉଣ୍ଟସ୍ ବିଭାଗର କର୍ମଚାରୀଙ୍କ ସଲାସୁତରା ବିନା ହେବା ଅସମ୍ଭବ। ତେଣୁ ସରକାରୀ ପାଣ୍ଠିକୁ ଜାଲିଆତି କରି ଉଠାଯାଇଥିବାରୁ ଏହା ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନେବାଲାଗି ଉପରାଜ୍ୟପାଳ କହିଛନ୍ତି। ଦେଖାଯାଉ ଏହି ମାମଲାର ତଦନ୍ତ ଦିଗ କେଉଁ ଆଡ଼କୁ ଯାଉଛି ।

Leave A Reply

Your email address will not be published.