ଡିହାଇଡ୍ରେସନ୍‌ରୁ ରକ୍ଷା କରେ ତାଳସଜ, ରଖେ ଶରୀରକୁ ଫ୍ରେଶ୍

0

ଗ୍ରୀଷ୍ମ ଦେଖାଉଛି ରୌଦ୍ର ରୂପ। ଅସହ୍ୟ ତାତିରେ ଛଟପଟ ହେଉଛି ଗାଁରୁ ସହର। ଏଭଳି ସ୍ଥିତିରୁ ରକ୍ଷା ପାଇବା ପାଇଁ ଜନସାଧାରଣ ଏବେ ପ୍ରାକୃତିକ ପାନୀୟ ଓ ତାଜା ଫଳ ସେବନ ଉପରେ ପ୍ରାଥମିକତା ଦେଉଛନ୍ତି।ପାଟିକୁ ମଜା, ପେଟକୁ ଥଣ୍ଡା ତାଳ ସଜ। ଖରାଦିନେ ମିଳୁଥିବା ବିଭିନ୍ନ ପ୍ରକାର ଫଳ ମଧ୍ୟରୁ ତାଳ ସଜ ପ୍ରାୟ ଲୋକଙ୍କର ପସନ୍ଦ। ଉଦୁ ଉଦିଆ ଖରାରେ ତାଳ ସଜ ପେଟରେ ପଡିଗଲେ ଶାନ୍ତି ଲାଗେ। ଗାଁ ଗହଳିରେ ପ୍ରାୟ ଲୋକଙ୍କ ଘରେ ଖରାଦିନେ ମିଳେ ତାଳ ସଜ। ଏହାର ଚାହିଦା ଦେଖି ସହରରେ ମଧ୍ୟ ରାସ୍ତା କଡରେ ବିକ୍ରି ହେଉଛି ଏହି ଫଳ। ତାଳ ସଜକୁ କିଛି ଲୋକ ଗରମ ଦିନର ବନ୍ଧୁ ମଧ୍ୟ କୁହନ୍ତି।

କଷି ତାଳ ସାଧାରଣତଃ ପାଣି ଥିବାବେଳେ ଏହା ପାଟିକୁ ଭାରି ସୁଆଦିଆ ଲାଗିଥାଏ । ତାଳଫଳ ଅନ୍ୟ ଫଳ ଭଳି ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ ।ଏହି ଫଳ ଭିଟାମିନ ବି ,ଆଇରନ , ପୋଟାସିୟମ ,ଫସଫରସ , କ୍ୟାଲସିୟମ ରେ ଭରପୁର ହୋଇଥାଏ ଯାହା ଶରୀର ପାଇଁ ଫାଇଦାମନ୍ତ ହୋଇଥାଏ ।ଏହା ଲିଭରକୁ ଭି ସ୍ୱାସ୍ଥ ରଖିବାର କାମ କରିଥାଏ । ତାଳସଜରେ ବହୁମାତ୍ରାରେ ପୋଟାସିୟମ ମିଳିଥାଏ ଯାହା ଶରୀର ଭିତରେ ଗନ୍ଧକୁ ସଫା କରି ଲିଭରକୁ ସୁରକ୍ଷିତ ରଖିଥାଏ ଯାହା ଫଳରେ ରୋଗକୁ ଦୂର କରିଥାଏ । ଏହା ଶରୀରରେ ଶକ୍ତି ପ୍ରଦାନ କରିବାର କାମ କରିଥାଏ ଏଥିରେ ବହୁ ପରିମାଣର ମିନେରାଲ ମିଳିଥାଏ ।

ଏହାର ଜୁସ ଶରୀରରେ ପାଣିର କମିକୁ ପୁରା କରିଥାଏ ଯେଉଁଥିରୁ ଶରୀରକୁ ଶକ୍ତି ମିଳିଥାଏ I ତାଳସଜ ଫଳ ନଡ଼ିଆ ଫଳ ସହ ସମାନ ହୋଇଥାଏ I ଏହା ଶରୀର ତାପମାତ୍ରାକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ । ଗରମ ମୌସମରେ ତାପମାତ୍ରା ବଢ଼ିବାରୁ ଶରୀରରେ ପାଣିର କମି ଦେଖାଦେଇଥାଏ ଯାହା ଫଳରେ ଶରୀର ପୋଡିଗଲା ଭଳି ଲାଗେ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ତାଳସଜର ଉପଯୋଗ କରାଯାଏ ।ଡିହାଇଡ୍ରେସନରେ ପାଣିର କମିକୁ ଦୂର କରିବା ପାଇଁ ସକାଳେ ଏହାର ଏକ ଗ୍ଲାସ ତାଜା ଜୁସ ପିଇଲେ ବହୁତ ଲାଭ ମିଳିଥାଏ । ଏହା ଏସିଡ଼ିଟି ଦୂର କରିବାର କାମ କରିଥାଏ । ତାଳସଜରେ ବହୁସାରା ପୋଷାକତତ୍ୱ ଭିଟାମିନ-ବି 12 ମିଳିଥାଏ ଯାହା ଆମ ଶରୀର ପାଇଁ ବହୁତ ଫାଇଦାମନ୍ତ ହୋଇଥାଏ । ଏହା ପେଟର ସମସ୍ୟାକୁ ଦୂର କରିଥାଏ । ଗରମ ସମୟରେ ଏହାର ରସ ପିଇଲେ ବହୁତ ଲାଭ ହୋଇଥାଏ ।

ଏହା ଲିଭରକୁ ଭି ସ୍ୱାସ୍ଥ ରଖିବାର କାମ କରିଥାଏ ।ତାଳସଜରେ ବହୁମାତ୍ରାରେ ପୋଟାସିୟମ ମିଳିଥାଏ ଯାହା ଶରୀର ଭିତରେ ଗନ୍ଧକୁ ସଫା କରି ଲିଭରକୁ ସୁରକ୍ଷିତ ରଖିଥାଏ ଯାହା ଫଳରେ ରୋଗକୁ ଦୂର କରିଥାଏ । ଏହା ଶରୀରରେ ଶକ୍ତି ପ୍ରଦାନ କରିବାର କାମ କରିଥାଏ ଏଥିରେ ବହୁ ପରିମାଣର ମିନେରାଲ ମିଳିଥାଏ ।

Leave A Reply

Your email address will not be published.