ବିଜୟଙ୍କ ବିଜୟରେ ତ୍ରିଶାଙ୍କ ଭୂମିକା? ସତରେ କଣ ବିଜୟଙ୍କ ପାଇଁ ‘ଲକି ଚାମ୍ପ’ ତ୍ରିଶା !

0

ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୬ରେ ବିଜୟଙ୍କ ପାର୍ଟି ଟିଭିକେ ବିଜୟ ହାସଲ କରିଛି । ବିଜୟଙ୍କର ଜିତ୍‌ ତ୍ରିଶାଙ୍କ ପାଇଁ ଡବଲ ଖୁସି ଆଣିଛି । ଆଜି ତ୍ରିଶାଙ୍କ ଜନ୍ମଦିନ ସହିତ ବିଜୟଙ୍କ ନିର୍ବାଚନରେ ଜିତ୍‌ ହାସଲ କରିଛନ୍ତି ।ବିଜୟ ଜିତିଛନ୍ତି, ଏବଂ ତ୍ରିଶାଙ୍କ ପାଇଁ, ବିଜୟଙ୍କ ବିଜୟଠାରୁ ବଡ଼ ଜନ୍ମଦିନ ଉପହାର ଆଉ କିଛି ନାହିଁ। ତାମିଲନାଡୁରେ ବିଜୟଙ୍କ ଐତିହାସିକ ବିଜୟରେ ସେ ଖୁସି। ତିରୁପତି ଯାତ୍ରା ସମୟରେ କଏଦ ହୋଇଥିବା ଫୁଟେଜରେ ତ୍ରିଶାଙ୍କୁ ହସୁଥିବା ଦେଖାଯାଇଥିଲା, ତାହା ସ୍ପଷ୍ଟ କରିଥିଲା ଯେ ସେ ଅଭିନେତାଙ୍କ ବିଜୟ ପ୍ରତି ଆତ୍ମବିଶ୍ୱାସୀ ଥିଲେ ।ଗତ ରାତିରେ ତ୍ରିଶାଙ୍କୁ ତିରୁପତି ମନ୍ଦିରରେ ଦେଖାଯାଇଥିଲା । ଫାନ୍ସଙ୍କ କ୍ୟାମେରାରେ ତ୍ରିଶାଙ୍କୁ ଦେଖାଯାଇଥିଲା ।

ନିର୍ବାଚନ ଫଳାଫଳ ର ଗୋଟିଏ ଦିନ ପୂର୍ବରୁ ତ୍ରିସାଙ୍କୁ ମନ୍ଦିରରେ ଦେଖି ବିଜୟଙ୍କ ସହିତ ଯୋଡିଥିଲେ ଫ୍ୟାନ୍ସ ଙ୍କର କହିବଅନୁସାରେ, ବିଜୟଙ୍କ ଜିତ୍‌ ପାଇଁ ପ୍ରାର୍ଥନା କରିବାକୁ ଯାଇଥିଲେ ବୋଲି ଅନୁମାନ କରାଯାଇଥିଲା । ବିଜୟ ଜିତିଗଲେ ଏବେ ଫ୍ୟାନ୍ସଙ୍କ କହିବା ଅନୁସାରେ ତ୍ରିସାଙ୍କ ପାଇଁ ଏହାଠାରୁ ବଡ଼ ଗିଫ୍ଟ କଣ ହୋଇପାରିବ ।ତ୍ରିଶାଙ୍କ ପାଇଁ ଦୁଇ ଦୁଇଟା ଖୁସିର ଖବର ।

ବିଜୟ ଏବଂ ତ୍ରିଶାଙ୍କ ଅନସ୍କ୍ରିନ୍ ଯୋଡ଼ି ବହୁତ ଲୋକପ୍ରିୟ। ସେମାନଙ୍କ ସମ୍ପର୍କ ବହୁ ବର୍ଷ ପୁରୁଣା । ରୂପା ପରଦାରେ ରୋମାନ୍ସ କରିବା ସମୟରେ ସେମାନେ ପ୍ରେମରେ ପଡ଼ିଥିଲେ। ଯେତେବେଳେ ବିଜୟଙ୍କ ପରିବାର ଏହା ଜାଣିଲେ, ସେମାନେ ତାଙ୍କୁ ତ୍ରିଶାଙ୍କଠାରୁ ଦୂରେଇ ରହିବାକୁ କହିଲେ । ଫଳସ୍ୱରୂପ, ସେମାନେ ବହୁତ ବର୍ଷ ଧରି ଏକାଠି କାକରିନଥିଲେ। କିନ୍ତୁ ତା’ପରେ, ୧୫ ବର୍ଷ ପରେ, ସେମାନେ ଲିଓ ଫିଲ୍ମ ପାଇଁ ପୁଣି ଥରେ ଏକାଠି ହେଲେ। ପ୍ରଶଂସକମାନେ କହିଛନ୍ତି ଯେ ଏଥର, ଯେତେବେଳେ ସେମାନେ ପୁଣି ଥରେ ଏକାଠି ହେଲେ, ସେମାନେ କେବେ ବି ଅଲଗା ହେବାକୁ ସ୍ଥିର କରିଥିଲେ। ଏହି ସମୟରେ, ବିଜୟଙ୍କ ପତ୍ନୀ ସଙ୍ଗୀତାଙ୍କ ସହିତ ଛାଡପତ୍ର ମାମଲା କୋର୍ଟରେ ଚାଲିଛି ।

Leave A Reply

Your email address will not be published.