ସିନେମାରୁ ସିଂହାସନ: ଦକ୍ଷିଣ ତାରକାଙ୍କ ରାଜନୀତିରେ ରାଜ

0

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ତାରକାମାନଙ୍କର କ୍ରେଜ୍ କେବଳ ସିନେମା ପରଦାରେ ସୀମିତ ନୁହେଁ, ରାଜନୀତିରେ ମଧ୍ୟ ବେଶ୍ ସଫଳ। ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଅତୀତରେ ଯେଉଁ କେତେ ଜଣ ଆଗଧାଡ଼ିରେ ସାଉଥ୍ ଷ୍ଟାର୍ ରଜାନୀତିକୁ ଓହ୍ଲାଇଛନ୍ତି ସେମାନଙ୍କୁ ମିଳିଛି ବିପୁଳ ଜନସମର୍ଥନ। ଏକାଧିକ ଫିଲ୍ମ ଷ୍ଟାର ମୁଖ୍ୟମନ୍ତ୍ରୀ ଆସନରେ ବି ବସିଛନ୍ତି। ଆଉ ଏବେ ଥାଲାପତି ବିଜୟ ଙ୍କ ସେହି ତାଲିକାରେ ଯୋଡ଼ି ହୋଇଛି।ଆସନ୍ତୁ ଜାଣିବା ସେହି ସିନେ ଷ୍ଟାର ଙ୍କ ବିଷୟରେ ଯେଉଁମାନେ ହୋଇଥିଲେ ରାଜନୀତିର ସୁପରଷ୍ଟାର…..

ଏମ୍. ଜି. ରାମଚନ୍ଦ୍ରନ୍:

ତାମିଲ ସିନେ ଜଗତର ଲୋକପ୍ରିୟ ଅଭିନେତା ଏମ୍. ଜି. ରାମଚନ୍ଦ୍ରନ୍ (MGR) ଏହି ପରମ୍ପରାର ପ୍ରଥମ ମୁଖ୍ୟ ମୁହଁ ଥିଲେ। ସେ ତିନୋଟି କାର୍ଯ୍ୟକାଳରେ ପ୍ରାୟ ୧୦ ବର୍ଷ ଧରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଏବଂ ‘ଭାରତ ରତ୍ନ’ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ।

ଏମ୍. କରୁଣାନିଧି:

ଏମ୍. କରୁଣାନିଧି, ଯିଏ ପ୍ରଥମେ ଚଳଚ୍ଚିତ୍ରରେ ସ୍କ୍ରିପ୍ଟ ଲେଖକ ଥିଲେ, ରାଜନୀତିରେ ପ୍ରବେଶ କରି ତାମିଲନାଡୁରେ ପାଞ୍ଚଥର ମୁଖ୍ୟମନ୍ତ୍ରୀ ହୋଇ ଏକ ନୂଆ ଇତିହାସ ଗଢ଼ିଥିଲେ।
ଆନ୍ଧ୍ରପ୍ରଦେଶରେ ଏନ୍. ଟି. ରାମା ରାଓ ତାଙ୍କ ଅଭିନୟ ସହ ରାଜନୀତିରେ ମଧ୍ୟ ଲୋକପ୍ରିୟତା ହାସଲ କରି ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ।

ଜେ. ଜୟଲଳିତା:

ଜେ. ଜୟଲଳିତା ଚଳଚ୍ଚିତ୍ର ଜଗତରୁ ରାଜନୀତିକୁ ଆସି ଛଅଥର ମୁଖ୍ୟମନ୍ତ୍ରୀ ହୋଇ ପ୍ରାୟ ୧୪ ବର୍ଷ ଶାସନ କରିଥିଲେ ଏବଂ ଲୋକଙ୍କର ଭରସା ଜିତିଥିଲେ।ଏମ୍. ଜି. ରାମଚନ୍ଦ୍ରନଙ୍କ ପତ୍ନୀ ଜାନକୀ ରାମଚନ୍ଦ୍ରନ୍ ମଧ୍ୟ ୧୯୮୮ ମସିହାରେ କିଛି ସମୟ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ସୁପରଷ୍ଟାର ଚିରଞ୍ଜୀବୀ ଓ ପବନ କଲ୍ୟାଣ:

ସୁପରଷ୍ଟାର ଚିରଞ୍ଜୀବୀ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବେଳେ ପବନ କଲ୍ୟାଣ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିଭାଉଛନ୍ତି।

ତାମିଲ ସୁପରଷ୍ଟାର ଥଲପତି ବିଜୟ:

ତାମିଲ ସୁପରଷ୍ଟାର ଥଲପତି ବିଜୟଙ୍କ ରାଜନୀତିରେ ପ୍ରବେଶ ଓ ତାଙ୍କ ଦଳର ଭବିଷ୍ୟତ ନେଇ ରାଜ୍ୟରେ ଚର୍ଚ୍ଚା ଜୋରଦାର ହୋଇଛି। ତାଙ୍କ ଦଳ, ଟିଭିକେ, ୨୩୪ ଆସନ ମଧ୍ୟରୁ ୧୦୮ଟି ଆସନ ଜିତିଛନ୍ତି । ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସେ ଏବେ ଦାବିଦାର । ମାତ୍ର ସେ ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିବା ପ୍ରଥମ ଅଭିନେତା ନୁହଁନ୍ତି। ପୂର୍ବରୁ ଅନେକ ତାରକା ଏହି ପଦବୀରେ ଅଛନ୍ତି।

Leave A Reply

Your email address will not be published.