ମେଲୋନୀ ହୋଇପାରନ୍ତି ଇଟାଲୀର ପ୍ରଧାନମନ୍ତ୍ରୀ
ରୋମ୍(ଆମ ଟିଭି): ଇଟାଲୀରେ କିଏ ହେବ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ଏହାରି ଭିତରେ ଇଟାଲୀରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ରବିବାର ମତଦାନ ଶେଷ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ରାତି ୧୧ଟା ପର୍ୟ୍ୟନ୍ତ ଚାଲିଥିଲା । ତେବେ ଏଥର ୭୦% ରୁ କମ୍ ମତଦାନ ହୋଇଥିବା ଜଣାପଡ଼ିଛି । ବ୍ରଦର୍ସ ଅଫ୍ ଇଟାଲୀ ପାର୍ଟିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ୪୫ ବର୍ଷୀୟା ଜର୍ଜିଆ ମେଲୋନିଙ୍କ ପଲା ଭାରୀ ଥିବା ଏକ୍ଜିଟ୍ ପୋଲ୍ରୁ ଜଣାପଡ଼ିଛି ।
ବହୁମତ ସହ ସେ ନିର୍ବାଚନ ଜିତିବା ନେଇ ଅନେକ ସଂସ୍ଥା ଆକଳନ କରିଛନ୍ତି । ତେବେ ଅନ୍ୟ ଦୁଇଟି ଦଳ ସହ ସେ ମେଣ୍ଟ ସରକାର ଗଢ଼ିବେ ବୋଲି ଆଶା କରାଯାଉଛି। ଟେନିଓ କନ୍ସଲ୍ଟାନ୍ସିର ୱଲ୍ଫାଙ୍ଗୋ ପିକୋଲି କହିଛନ୍ତି, ମେଲୋନି ପ୍ରଧାନମନ୍ତ୍ରୀ ହେବା ନେଇ ଅଧିକାଂଶ ଭୋଟର୍ ଆଶା ରଖିଛନ୍ତି । ଏକଚ୍ଛତ୍ରବାଦୀ ନେତା ବେନିତୋ ମୁସୋଲିନିଙ୍କ ସମର୍ଥକ ମେଲିନୋ ନିର୍ବାଚନରେ ଜୋରଦାର ପ୍ରଚାର କରିଥିଲେ ମାରିଓ ଦ୍ରାଘିଙ୍କ ସ୍ଥାନରେ ସେ ଦାୟିତ୍ୱ ନେବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ସେ ହେବେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ।