୪୬ ଡିଗ୍ରୀ ଛୁଇଁଲା ଝାରସୁଗୁଡା
ଅସହ୍ୟ ତାତିରେ ଜଳୁଛି ସାରା ଓଡିଶା। ଝାରସୁଗୁଡାରେ ୪୬ ଡିଗ୍ରୀ ସେଲସିୟସ ଛୁଇଁଲା ତାପମାତ୍ରା। ଗତକାଲି ଏହି ସମୟରେ ତାପମାତ୍ରା ଥିଲା ୪୧ ଡିଗ୍ରୀ। ଝାରସୁଗୁଡା ରାଜ୍ୟରେ ସବୁଠାରୁ ରାଜ୍ୟର ଉତ୍ତପ୍ତ ସହର।।ଆଗକୁ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ଆଜି ପାଇଁ ପୂରା ରାଜ୍ୟକୁ ଆଲର୍ଟ ଜାରି। ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ବାକି ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।