କାଲିଠାରୁ ଲଗାତାର ୬ଦିନ ବନ୍ଦ ରହିବ ବ୍ୟାଙ୍କ
ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଏହି ତଥ୍ୟ। ନଚେତ ଆପଣ ମଧ୍ୟ ହଇରାଣ ହୋଇ ପାରନ୍ତି। କାରଣ ଆଗାମୀ ୬ଦିନ ବ୍ୟାଙ୍କ ବନ୍ଦ ରହିବ।
ସୂଚନା ଅନୁସାରେ ଆସନ୍ତା କାଲି ୨୩ ତାରିଖ ଚଳିତ ମାସର ଚତୁର୍ଥ ଶନିବାର ପଡ଼ୁଛି। ଯେଉଁଥିପାଇଁ ବ୍ୟାଙ୍କ ସାଧାରଣତଃ ବନ୍ଦ ରହିବ। ୨୪ ତାରିଖ ରବିବାର ହେତୁ ଛୁଟି ଥିବାରୁ ବନ୍ଦ ରହିବ। ତେବେ ଆସନ୍ତା ୨୫ ତାରିଖ ସୋମବାର ଏବଂ ୨୬ ତାରିଖ ମଙ୍ଗଳବାର ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ ପାଳନ କରୁଛନ୍ତି। ବ୍ୟାଙ୍କ ଧର୍ମଘଟ ଯୋଗୁଁ ସୋମବାର ଓ ମଙ୍ଗଳବାର ଲଗାତାର ୨ଦିନ ବ୍ୟାଙ୍କର ଶାଖାଗୁଡ଼ିକ ବନ୍ଦ ରହିବ। ସାରା ଦେଶରେ ଏସବିଆଇ କର୍ମଚାରୀମାନେ ଦରମା, ପେନସନ ଇତ୍ୟାଦି ବିଭିନ୍ନ ଦାବି ପାଇଁ ଧର୍ମଘଟ ଡାକରା ଦେଇଛନ୍ତି। ଏହାପରେ ୨୭ ତାରିଖ ବୁଧବାର ଏବଂ ୨୮ ତାରିଖ ଗୁରୁବାର ଇଦ-ଜୁହା ପାଇଁ ବ୍ୟାଙ୍କ ଛୁଟି ରହିବ ବୋଲି ସୂଚନା ରହିଛି।