ରଣବୀର ସିଂଙ୍କୁ ବଡ଼ ଝଟକା! କିଏ ଓ କାହିଁକି ରଣବୀର ସିଂହଙ୍କୁ କଲେ ବ୍ୟାନ୍
Big shock for Ranveer Singh! Who and why banned Ranveer Singh?
ବଲିଉଡ ଅଭିନେତା ରଣବୀର ସିଂ ଙ୍କୁ ବଡ଼ ଝଟକା ଦେଇଛି ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ (FWICE) । ସଂଘ ପକ୍ଷରୁ ରଣବୀରଙ୍କ ବିରୋଧରେ ଆନୁଷ୍ଠାନିକ ‘ଅସହଯୋଗ ନିର୍ଦ୍ଦେଶନାମା’ ଜାରି କରାଯାଇଛି । ଏହା ଫଳରେ ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିର କୌଣସି କର୍ମଚାରୀ କିମ୍ବା ଟେକ୍ନିସିଆନ୍ ରଣବୀରଙ୍କ ସହ କାମ କରିପାରିବେ ନାହିଁ ।
‘ଡନ୍ ୩’ ଫିଲ୍ମକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି ।ଫରହାନ୍ ଅଖତର ଙ୍କ ଏହି ଫିଲ୍ମରେ ମୁଖ୍ୟ ଭୂମିକା ପାଇଁ ୨୦୨୩ରେ ରଣବୀରଙ୍କ ନାମ ଘୋଷଣା ହୋଇଥିଲା । କିନ୍ତୁ ସ୍କ୍ରିପ୍ଟ ଓ ଚରିତ୍ରକୁ ନେଇ ମତଭେଦ ହେବା ପରେ ସେ ହଠାତ୍ ପ୍ରୋଜେକ୍ଟରୁ ଓହରି ଯାଇଥିଲେ । ପ୍ରଯୋଜନା ସଂସ୍ଥା ‘ଏକ୍ସେଲ୍ ଏଣ୍ଟରଟେନମେଣ୍ଟ’ ଦାବି କରିଛି ଯେ, ଏଥିରୁ ପ୍ରାୟ ୪୫ କୋଟି ଟଙ୍କାର କ୍ଷତି ହୋଇଛି ।
FWICE ସଭାପତି ବି.ଏନ୍. ତିୱାରୀ କହିଛନ୍ତି ଯେ, ଏହି ମାମଲାରେ ରଣବୀରଙ୍କୁ ଏକାଧିକ ନୋଟିସ୍ ପଠାଯାଇଥିଲେ ମଧ୍ୟ ତାଙ୍କ ଟିମ୍ ସଂଘ ସାମ୍ନାକୁ ଆସିନଥିଲା । ତେବେ ରଣବୀରଙ୍କ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ସେ ‘ଡନ୍’ ଫ୍ରାଞ୍ଚାଇଜ୍ ଓ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ସମସ୍ତଙ୍କୁ ସମ୍ମାନ କରନ୍ତି ଏବଂ ବିଷୟଟିକୁ ଶାଳୀନତାର ସହ ସମାଧାନ କରିବାକୁ ଚାହୁଁଛନ୍ତି ।