ମୁଁ ମୋ ଘରକୁ ଫେରିବା ଭଳି ଅନୁଭବ କରୁଛି । କାହିଁକି ନା ମୁଁ ମୁଁ ଏନଡିଏ ସହ ମିଶି ମୋ ରାଜନୀତି କ୍ୟାରିୟର ଆରମ୍ଭ କରିଛି । ପ୍ରେସମିଟ୍ କରି ଏପରି କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ।
ପ୍ରେସମିଟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ ମୋ ଘରକୁ ଫେରିଵା ଭଳି ଅନୁଭବ କରୁଛି । ‘କାରଣ ମୁଁ ଏନଡିଏ ସହ ମୋ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲି । ମୋତେ ନବୀନ ବାବୁଙ୍କୁ ଦେଖାଇ ନଦେଵାରୁ ମୁଁ ଦଳ ଛାଡିଲା । ବିଜୁ ବାବୁଙ୍କ ସଂପତ୍ତି ହାତେଇବା ପାଇଁ ଷଡ଼ଯନ୍ତ୍ର ଚାଲିଛି । ବିଜେଡିର ଏବେ ମା-ବାପା ନଥିବା ଭଳି । ବିଜେଡିର କିନ୍ତୁ ଦୁର୍ନୀତି ନଥିଲା । ମୋହନ ସରକାର ହେଉଛନ୍ତି ଲୋକଙ୍କ ସରକାର । କଟକର ବିଜେଡି ସଂଗଠନ ମୋ ସହ ଆସି ସାରିଲେଣି । ବାରବାଟୀ କଟକର ୨୮ ବିଜେଡି କର୍ପୋରେଟର ମୋ ସହିତ ଅଛନ୍ତି ।