ଅପରାଧିଙ୍କୁ ପୋଲିସ କମିଶନରଙ୍କ ଚେତାବନୀ, ସାଧାରଣ ଲୋକଙ୍କ ଉପରେ….

0

ଅପରାଧିଙ୍କୁ ଚେତାବନୀ ଦେଲେ ପୋଲିସ କମିଶନର । ଆଉ ଖଣ୍ଡା, କାତି କି ବନ୍ଧୁକ ଚଳିବନି । ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ହେଲେ ଆଉ ରକ୍ଷା ମିଳିବନି । ଆକ୍ସନ ମୋଡରେ କମିଶନରେଟ୍ ପୋଲିସ ।  ଗ୍ରଗ୍ସ ମାଫିଆ ପପୁନ ମାଝୀ ଭଳି ଅବସ୍ଥା ହେବ ।  ଭୁବନେଶ୍ବରରେ ଗଞ୍ଜାମର କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ ମାଝୀକୁ ଏନକାଉଣ୍ଟର୍ କରିଛି କମିଶନରେଟ୍ ପୋଲିସ ।  ଗଞ୍ଜାମ ଜଗନ୍ନାଥପ୍ରସାଦ ଅଂଚଳର ଡ୍ରଗ୍ସ ମାଫିଆ ପପୁନ୍ ।  ଇନଫୋ ଭ୍ୟାଲି ଥାନା ଅଞ୍ଚଳରେ ଡ୍ରଗ୍ସ ଡିଲ୍ ବେଳେ ହୋଇଥିଲା ଏନକାଉଣ୍ଟର୍ ।

ପ୍ରଥମେ ପୋଲିସ୍ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇଥିଲା ପପୁନ୍ । ପୋଲିସ୍ ର ପାଲଟା ଗୁଳି ଚାଳନାରେ ପପୁନ୍ ଗୁରୁତର ହୋଇଛି । ପପୁନ୍ କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ତା ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ସହ ବନ୍ଧୁକ ଓ ଗୁଳି ଜବତ ହୋଇଛି । ପପୁନ ନାଁରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରହିଛି ।

 

Leave A Reply

Your email address will not be published.