ଦେଶ ଛାଡ଼ି ପଳାଉଥିବାବେଳେ ନେପାଳ ସୀମାରୁ TMC ନେତା ଜାହାଙ୍ଗୀର ଖାନ୍ ଗିରଫ

0

ଦେଶଛାଡ଼ି ପଳାଇବାକୁ ଚେଷ୍ଟା କରିବା ବେଳେ ତୃଣମୂଳ କଂଗ୍ରେସ ନେତା ଜାହାଙ୍ଗୀର ଖାନ୍ ନେପାଳ ସୀମା ନିକଟରୁ ଗିରଫ । ତାଙ୍କୁ ଏସଟିଏଫ୍ ଗିରଫ କରି କୋଲକାତା ଆଣୁଛି । ଜାହାଙ୍ଗୀର ଖାନ୍ ପଶ୍ଚିମବଙ୍ଗର ଫଲତା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ କିନ୍ତୁ ମେ ୨୧ ତାରିଖରେ ମତଦାନର ୪୮ ଘଣ୍ଟା ପୂର୍ବରୁ ୧୯ ତାରିଖରେ ସେ ନିର୍ବାଚନରୁ ଓହରି ଯାଇଥିଲେ । ତାଙ୍କ ବିରୋଧରେ ୫ଟି ମାମଲା ଥିବା ବେଳେ ତାଙ୍କ ମଧ୍ୟବର୍ତ୍ତୀ ସୁରକ୍ଷା ବଢ଼ାଇବାକୁ ମନା କରିଥିଲେ କଲିକତା ହାଇକୋର୍ଟ ।

ମେ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ପରେ ଜାହାଙ୍ଗୀର ଖାନଙ୍କ ବିରୋଧରେ ପୁଲିସ ୫ଟି ମାମଲା ରୁଜୁ କରିଥିଲା । ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଧମକ ଚମକ ଦେବା ଆଦି ଅଭିଯୋଗ ତାଙ୍କ ବିରୋଧରେ ରହିଛି । ନିର୍ବାଚନ ପରଠାରୁ ସେ ଫେରାର ଥିଲେ । ଦେଶଛାଡ଼ି ପଳାଇବାକୁ ଚେଷ୍ଟା କରିବାବେଳେ ନେପାଳ ସୀମା ନିକଟରୁ ତାଙ୍କୁ ଆଜି ଏସଟିଏଫ୍ ଗିରଫ କରିଛି । ପଶ୍ଚିମବଙ୍ଗରେ ନିର୍ବାଚନ ପରଠାରୁ ବିଭିନ୍ନ ଅଭିଯୋଗରେ ଏପର୍ଯ୍ୟନ୍ତ ବହୁ ତୃଣମୂଳ କଂଗ୍ରେସ ନେତା ଗିରଫ ହେଲେଣି ।

Leave A Reply

Your email address will not be published.