ଆଜି ସ୍ନାନ ପୂର୍ଣ୍ଣିମା ; ଶ୍ରୀବିଗ୍ରହଙ୍କ ଗଜାନନ ବେଶ

0

ଆଜି ଜ୍ୟେଷ୍ଠମାସ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀଜୀଉମାନେ ସ୍ନାନ ବେଦୀରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ। ସ୍ନାନ ବେଦୀରେ ମହାପ୍ରଭୁଙ୍କ ଏହି ହାତୀବେଶ ବା ଗଜାନନ ବେଶ ସବୁଠାରୁ ଆକର୍ଷଣୀୟ ଓ ମନୋମୁଗ୍ଧକର। ଏନେଇ ସ୍ନାନ ମଣ୍ଡପକୁ ରଙ୍ଗ ଦିଆଯାଇ ସୁସଜ୍ଜିତ କରାଯାଇଛି। ଶ୍ରୀଜୀଉଙ୍କ ଏହି ଦିବ୍ୟ ଲୀଳା ଦେଖିବାକୁ ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସି ଶ୍ରୀକ୍ଷେତ୍ରର ହୋଟେଲ ଏବଂ ଲଜରେ ଡେରା ପକାଇଲେଣି। ମହାପ୍ରଭୁଙ୍କୁ ଗଜାନନ ବେଶରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଯେତିକି ଉତ୍ସାହ ଶ୍ରଦ୍ଧାଳୁଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଦର୍ଶନ କରାଇବା ଲାଗି ପ୍ରଶାସନିକ ସ୍ତରରେ ଅଧିକାରୀମାନଙ୍କ ମଧ୍ୟରେ ସେତିକି ତତ୍ପରତା ପ୍ରକାଶ ପାଇଛି।

ଭକ୍ତମାନେ ଶ୍ରୀବିଗ୍ରହଙ୍କୁ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଶୃଙ୍ଖଳିତଭାବେ ଦର୍ଶନ କରିବାର ସୁଯୋଗ ପାଇ ପାରିବେ। ଗରମ ଗୁଳୁଗୁଳିରୁ ରକ୍ଷା ପାଇଁ ବ୍ୟାରିକେଡ଼ ଉପରେ ଛାମୁଡ଼ିଆ ବ୍ୟବସ୍ଥା ସହ ପାନୀୟ ଜଳର ସୁବନ୍ଦୋବସ୍ତ କରାଯାଇଛି। ମହାପ୍ରଭୁଙ୍କ ଏହି ଦିବ୍ୟ ଦୁର୍ଲ୍ଲଭ ବେଶକୁ ଦର୍ଶନ କରିବା ପାଇଁ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ କରିବାକୁ ସେବାୟତଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଛି।

ପ୍ରକାଶ ଥାଉକି, ଶ୍ରୀଜୀଉଙ୍କ ଏହି ହାତୀ ବେଶ ରାଘବ ଦାସ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଗୋପାଳ ତୀର୍ଥ ମଠ ବଳଭଦ୍ର ଓ ସୁଦର୍ଶନଙ୍କ ବେଶ ଏବଂ ରାଘବଦାସ ମଠ ମହାପ୍ରଭୁ

ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ବେଶ ତିଆରି କରିଥାନ୍ତି।

Leave A Reply

Your email address will not be published.