ବିଜେପିରେ ସାମିଲ ହେଲେ ତେଜେଶ୍ୱର ପରିଡ଼ା

0

ଭୁବନେଶ୍ୱର(ଆମ ଟିଭି): ବିଜେପିରେ ସାମିଲ ହେଲେ  ବିଜେଡି ନେତା ତେଜେଶ୍ୱର ପରିଡ଼ା । ଦଳରେ ଆଲୋଡା ହେବ ପରେ ସେ  ବିଜେପି ରେ ସାମିଲ ହୋଇଛନ୍ତି । ଯୁବନେତା ତଥା ରାଜ୍ୟ ଖଦି ବୋର୍ଡର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା ଓ ଆଳିର ତୁଙ୍ଗ ବିଜେଡି ନେତା ବୈକୁଣ୍ଠନାଥ ପରିଡ଼ା ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ପାଟକୁରା ନିର୍ବାଚନମଣ୍ଡଳୀର ଯୁବନେତା ତଥା ଖଦି ବୋର୍ଡର ପୂର୍ବତନ ସଭାପତି ତେଜେଶ୍ୱର ଏବଂ ଆଳି ଅଂଚଳର ବିଶିଷ୍ଟ ଶିକ୍ଷାବିତ୍ ତଥା ବିଜେଡି ନେତା ବୈକୁଣ୍ଠନାଥ ପରିଡ଼ାଙ୍କୁ ବିଜେପିରେ ସ୍ୱାଗତ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇ ଚାଲିଛି ଏବଂ ଆଗାମୀ ଦିନରେ ଓଡିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି

Leave A Reply

Your email address will not be published.