ଘୂର୍ଣ୍ଣିବଳୟ ପ୍ରଭାବରେ ବଢ଼ିବ ବର୍ଷା, ୫ ଦିନ ଯାଏ ୱାର୍ଣ୍ଣିଂ

0

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ବଢ଼ିବ ବର୍ଷା । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ ଆସନ୍ତା ୪ ଦିନ ଯାଏ ବର୍ଷା ଲାଗି ରହିବ। ୧୩ ତାରିଖରୁ ବଢ଼ିବ ବର୍ଷା ପରିମାଣ । ଆଜି ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଜାରି ହୋଇଛି ।

 

ଏହି ୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାକି ୧୫ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପାଇଁ ଚେତାବନୀ ଜାରି କରାଯାଇଛି । ୧୩ରୁ ୧୬ ତାରିଖ ଯାଏ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୬ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ ।

 

ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ, ସହରାଞ୍ଚଳରେ ପାଣି ଜମିବା, ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି। ତେଣୁ ଲୋକମାନଙ୍କୁ ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରିବା, ନଦୀ ଓ ନାଳ ନିକଟକୁ ନ ଯିବା ଏବଂ ସ୍ଥାନୀୟ ପ୍ରଶାସନର ପରାମର୍ଶ ମାନିବାକୁ କୁହାଯାଇଛି।

Leave A Reply

Your email address will not be published.