ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନରେ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ
ନୂଆଦିଲ୍ଲୀ : ମୋଦିଙ୍କ ସହ ଫୋନରେ କଥା ହେଲେ ନେତାନ୍ୟାହୁ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ପଶ୍ଚିମ ଏସିଆ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି । ଦୁଇ ନେତା ଭାରତ- ଇସ୍ରାଏଲ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ସମୀକ୍ଷା କରିବା ସହ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଛନ୍ତି ।
ବିଶ୍ୱ ରାଜନୈତିକ ପରିସ୍ଥିତି ଉପରେ ନଜର ରଖିବା ସହ ପରସ୍ପର ସହ ଯୋଗାଯୋଗରେ ରହିବାକୁ ଦୁଇ ପ୍ରଧାନମନ୍ତ୍ରୀ ସହମତ ହୋଇଛନ୍ତି । ଚଳିତ ବର୍ଷ ଫେବୃଆରୀ ମାସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ରାଏଲ ଗସ୍ତ ବେଳେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ସାଇବର ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ ସଂସଦକୁ ଉଦବୋଧନ ଦେଇଥିଲେ । ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ପାଇଁ ମଧ୍ୟ ଇସ୍ରାଏଲ ଆଲୋଚନା ଜାରି ରଖିଛି । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକରେ ଇସ୍ରାଏଲ, ଭାରତକୁ ସମର୍ଥନ ଦେଉଥିବାରୁ ଏହି ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଉଦ୍ୟମ ଜାରି ରହିଛି ।