ନୂଆଦିଲ୍ଲୀ : କମନୱେଲ୍ଥ ଗେମ୍ସ ଚାମ୍ପିଅନଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରବିବାର ଦିନ ପ୍ରଧାନମନ୍ତ୍ରୀ କମନୱେଲ୍ଥ ଚାମ୍ପିଅନଙ୍କ ସହିତ ସାକ୍ଷାତ କରିବାର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ଖେଳାଳିଙ୍କ ସଫଳତାକୁ ପ୍ରଶଂସା କରିଛନ୍ତି । ଖେଳାଳିଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ମନ କି ବାତ୍ ମଧ୍ୟ କରିଛନ୍ତି ।
କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ମୋଟ୍ ୩୯ ପଦକ ଜିତିଥିଲା । ଏଥିରେ ୧୩ ଗୋଲ୍ଡ, ୧୭ ରୌପ୍ୟ ଏବଂ ୯ଟି ବ୍ରୋଞ୍ଜ ଜିତିଥିଲା । ଭାରତ ମେଡାଲ ଟାଲିରେ ୪ ନଂ ସ୍ଥାନରେ ରହିଥିଲା ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମୀରାବାଈ ଚାନୁଙ୍କୁ କହିଛନ୍ତି, ତିନି ଥର ଏବଂ ଏତେ କାନ୍ଦିଛନ୍ତି, ମୁଁ ଭାବୁଛି ଆଖିରୁ ବୋହିଥିବା ପ୍ରତ୍ୟେକ ଲୁହ ବୁନ୍ଦାରୁ ସ୍ବର୍ଣ୍ଣ ପଦକ ବୋହୁଛି । ଏହାକୁ ନେଇ ମୀରାବାଈ କହିଛନ୍ତି, ମୁଁ ସେତେବେଳେ ବହୁତ ଖୁସି ଥିଲି, ଭାବୁକ ଥିଲି ସେଦିନ, ଖୁସି ଅଧିକ ଥିଲି । ମୁଁ ଏଥିପାଇଁ କାନ୍ଦୁଥିଲି, ମୁଁ କୌଣସି ଅଲମ୍ପିକରେ ପଦକ ଜିତିନଥିଲି । ଆଉ ଜଣେ ଖେଳାଳିଙ୍କ ଜୀବନରେ କଣ ସବୁ ସମ୍ମୁଖୀନ ହେବାକୁ ପଡ଼ିପାରେ । ୪ ବର୍ଷ ଭିତରେ ମୁଁ କେତେ କଣ ସହିଛି । ବହୁତ କଷ୍ଟ ପରେ ୪ ବର୍ଷ ପରେ ପୋଡିୟମରେ ଠିଆ ହୋଇ ମେଡାଲ ସହିତ ପତାକା ଏବଂ ଜାତୀୟ ସଂଗୀତ ବାଜିବା ବେଳେ ମୋ ଆଖିରୁ ଲୁହ ଆପେ ଆପେ ଆସିଯାଥିଲା ।
ସେହିପରି ପ୍ରଧାନମନ୍ତ୍ରୀ ବକ୍ସର ସାକ୍ଷୀଙ୍କ ସହିତ କଥା ହୋଇଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଅଲମ୍ପିକ୍ସ ବିଜେତାଙ୍କ ସହିତ ମିଶି ଏକ ଭିଡିଓ ସେୟାର କରି ଦେଶ ନାମରେ ଏକ ବାର୍ତ୍ତା ଦେଇଛନ୍ତି । ମୋଦି କହିଛନ୍ତି, ଯିଏ ଖେଳିବାକୁ ଚାହୁଁବ, ସେ ଖେଳିବ । ସବୁବେଳେ ଭାରତକୁ ଉତ୍ସାହିତ କର । ଏହାପରେ ଭାରତ ମାତାର ଜୟ ନିଶ୍ଚିତ ହେବ ।