ବନ୍ଦେ ମାତରମ୍ ବିଲ୍‌କୁ ରାଷ୍ଟ୍ରପତିଙ୍କ ସ୍ବୀକୃତି

0

ବନ୍ଦେ ମାତରମ୍ ବା ଜାତୀୟ ସମ୍ମାନକୁ ଅପମାନ ନିବାରଣ (ସଂଶୋଧନ) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବୀକୃତି ପ୍ରଦାନ କରିଛନ୍ତି। ଫଳରେ ଏହା ଆଇନର ରୂପ ନେଇଛି। ଏବେ ସରକାର ଏହି ଆଇନର କାର୍ଯ୍ୟକାରିତା ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବେ। ଜୁଲାଇ ୩୦ରେ ଏହି ବିଲ୍‌ ଲୋକସଭାରେ ଓ ଜୁଲାଇ ୨୯ରେ ଏହା ରାଜ୍ୟସଭାରେ ଗୃହୀତ ହୋଇଥିଲା। ଏହି ବିଲ୍‌ ଦ୍ୱାରା ୧୯୭୧ରୁ ପ୍ରଚଳିତ ‘ଜାତୀୟ ସମ୍ମାନକୁ ଅପମାନ ନିବାରଣ ଆଇନ’ରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଜାତୀୟ ପତାକା, ସମ୍ବିଧାନ ଓ ଜାତୀୟ ସଙ୍ଗୀତ (ଜନ ଗଣ ମନ) ପାଇଁ ଯେଉଁ ଆଇନଗତ ସୁରକ୍ଷା ଓ ଦଣ୍ଡବିଧାନ ଥିଲା, ଏବେ ‘ବନ୍ଦେ ମାତରମ୍’କୁ ମଧ୍ୟ ସମାନ ସୁରକ୍ଷା ପ୍ରଦାନ କରାଯାଇଛି। ବନ୍ଦେ ମାତରମ୍ ଗାନ ସମୟରେ ଇଚ୍ଛାକୃତ ଭାବେ ବାଧା ସୃଷ୍ଟି କରିବା କିମ୍ବା ଏହାକୁ ଅପମାନିତ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ, ଜୋରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ। ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ‘ବନ୍ଦେ ମାତରମ୍’ ର ୧୫୦ତମ ବାର୍ଷିକୀ ପାଳନର ଅଂଶବିଶେଷ ସ୍ୱରୂପ କେନ୍ଦ୍ର ସରକାର ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ଗାନକୁ ବାଧ୍ୟତାମୂଳକ କରିଛନ୍ତି।

Leave A Reply

Your email address will not be published.