ଖୁସି ଖବର ; ପାର୍ବଣ ପୂର୍ବରୁ ବହୁତ ଶସ୍ତା ହେଲା ସୁନା, ଜାଣନ୍ତୁ ଦାମ୍..
ସୁନା କିଣିବେ କି? ତେବେ ଆପଣଙ୍କ ପାଇଁ ଖୁସି ଖବର। ଅନେକ ଦିନ ଧରି ସୁନା ଦର ଆକାଶ ଛୁଆଁ ରହିଥିବା ବେଳେ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ଗୋଟିଏ ପଟେ ପାର୍ବଣ ଋତୁକୁ ଅନ୍ୟ ପଟେ ଆଗକୁ ବିବାହ ଋତୁ ଥିବାରୁ ସୁନା କିଣିବା ପାଇଁ ଲୋକେ ଚିନ୍ତାରେ ପଡ଼ିଥିଲେ। ମାତ୍ର ଏବେ ଆଶ୍ୱସ୍ତି ମିଳିଛି। ଗତ କିଛି ଦିନ ଧରି ସୁନା ଦର ଲଗାତାର ଶସ୍ତା ହେଉଛି।
ସୋମବାର ଅର୍ଥାତ୍ ଅଗଷ୍ଟ ୩୧ରେ ଭୁବନେଶ୍ୱରରେ ସୁନା ଦାମ୍ ୨୪ କ୍ୟାରେଟ୍ ୧୦ ଗ୍ରାମ୍ ୧,୫୬,୭୭୦ ଟଙ୍କା ରହିଛି। ଏଥିରେ ୧୪୭୦ ଟଙ୍କା କମ୍ ହୋଇଛି।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୪୩,୭୦୦ ଟଙ୍କା ରହିଛି। ଏଥିରେ ୧,୩୫୦ ଟଙ୍କା ଶସ୍ତା ହୋଇଛି।
ସେହିପରି ୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୧୭,୫୮୦ ଟଙ୍କା ରହିଛି। ଏଥିରେ ୧୧୦୦ ଟଙ୍କା ଶସ୍ତା ହୋଇଛି।