ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ କୋର୍ଟର ରାୟକୁ ଭାରତର ପ୍ରତ୍ୟାଖ୍ୟାନ

0

ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ହେଗ୍‌ସ୍ଥିତ ମଧ୍ୟସ୍ଥତା କୋର୍ଟ ଦେଇଥିବା ରାୟକୁ ଭାରତ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି। ଭାରତର କହିବା ଅନୁଯାୟୀ, ଏହି ତଥାକଥିତ ମଧ୍ୟସ୍ଥତା କୋର୍ଟର ଭାରତର ସାର୍ବଭୌମ ନିଷ୍ପତ୍ତି ଉପରେ କୌଣସି ଅଧିକାର ନାହିଁ। ଚୁକ୍ତିନାମା ସ୍ଥଗିତ ରଖିବା ନେଇ ଭାରତର ନିଷ୍ପତ୍ତି ଉପରେ ମଧ୍ୟ ଏହି ସଂସ୍ଥା ହସ୍ତକ୍ଷେପ କରିପାରିବ ନାହିଁ ବୋଲି ନୂଆଦିଲ୍ଲୀ କହିଛି।

ସୋମବାର ମଧ୍ୟସ୍ଥତା କୋର୍ଟ ପକ୍ଷରୁ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କିତ ଅନ୍ତରୀଣ ପଦକ୍ଷେପ ଓ ଚୁକ୍ତିର ସ୍ଥିତିକୁ ନେଇ ଏକ ରାୟ ପ୍ରକାଶ କରାଯାଇଥିଲା। ଏହା ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ କଠୋର ପ୍ରତିକ୍ରିୟା ଦେଇଛି।ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଚୁକ୍ତିନାମାର ବ୍ୟବସ୍ଥାକୁ ଉଲ୍ଲଂଘନ କରି ବିଶ୍ୱ ବ୍ୟାଙ୍କ ଦ୍ୱାରା ଏହି ତଥାକଥିତ କୋର୍ଟ ଗଠନ କରାଯାଇଛି। ତେଣୁ ଭାରତ ଏହାର ରାୟକୁ ଗ୍ରହଣ କରୁନାହିଁ। ଏହି ସଂସ୍ଥାର ପୂର୍ବ ନିଷ୍ପତ୍ତିଗୁଡ଼ିକୁ ମଧ୍ୟ ଭାରତ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଆସିଛି।

Leave A Reply

Your email address will not be published.