*”ମାଳିପୁଟ ମେଲୋଡିଜ୍” ସେପ୍ଟେମ୍ବର ୧୮ ରେ ମୁକ୍ତିଲାଭ

0

ଓଡ଼ିଶାରେ ସୌନ୍ଦର୍ଯ୍ୟର ସ୍ବର୍ଗ କୋରାପୁଟର ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡିଜ୍’ ।

କୌସ୍ତଭ ଡ୍ରିମ୍ ୱର୍କସ୍ ଷ୍ଟୁଡିଓଜ୍ ବ୍ୟାନରରେ ନିର୍ମିତ

ଏହି ସିନେମାଟି ‘ୟୁ/ଏ’ ପ୍ରମାଣପତ୍ର ହାସଲ

କରିଥିବା ବେଳେ ଆସନ୍ତା ସେପ୍ଟେମ୍ବର ୧୮ରେ ମୁକ୍ତିଲାଭ କରିବ ବୋଲି ଯାହା ପ୍ରଯୋଜନା

ସଂସ୍ଥା ଘୋଷଣା କରିଛି । ଗୋଆରେ ଅନୁଷ୍ଠିତ

୫୬ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ )–୨୦୨୫

ଇଣ୍ଡିଆନ ପାନୋରାମା ଫିଚର୍ ଫିଲ୍ମ ବର୍ଗରେ ମନୋନୀତ ହୋଇ ପ୍ରଦର୍ଶିତ ହୋଇଥିଲା

ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡିଲ୍‌’ । ଜୀବନ ଓ ସଂଘର୍ଷର ନିଚ୍ଛକ

ଚିତ୍ର ସାଙ୍ଗକୁ ସେଠି ବିଶ୍ବ ଦେଖିଥିଲା ଓଡ଼ିଶାର ସୁନ୍ଦର କୋରାପୁଟକୁ। ଉପଭୋଗ

କରିଥିଲା ତା’ର କଳା, ସଂସ୍କୃତି, ସାହିତ୍ୟ ଆଉ ସଙ୍ଗୀତକୁ । କିଛି ସମୟ ପାଇଁ ଦର୍ଶକ

ହଜିଗଲେ, ମଳିଗଲେ ବଣ ଜଙ୍ଗଲ ଘେରା ଅଞ୍ଚଳରେ ରହୁଥିବା ସେହି ସରଳିଆ ଲୋକଙ୍କ ଭିତରେ । ସିନେମାଟି ଆଇଏଫ୍ଏଫ୍ଆଇରେ

ଦର୍ଶକଙ୍କ ପ୍ରଶଂସା, ଭଲପାଇବା ସାଉଁଟିବା ସହ ହୃଦୟ ଜିଣିଥିଲା । ଖାଣ୍ଟି ମୌଳିକ ଓଡ଼ିଆ

ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏ ସିନେମାରେ ହୃଦୟସ୍ପର୍ଶୀ କାହାଣୀର ସମାହର ରହିଛି । ଯାହା ଚିରାଚରିତ ଧାରାଠୁ ସମ୍ପୂର୍ଣ୍ଣ

ଭିନ୍ନ ଏବଂ ପାରିବାରିକ ଚଳଚ୍ଚିତ୍ର।

ଆଶ୍ଚର୍ଯ୍ୟର କଥା ଏଥିରେ ସିନେ ଦୁନିଆରେ ଚିହ୍ନା ମୁହଁ ନାହାଁନ୍ତି । ୭୫% କଳାକାର ହେଉଛନ୍ତି

ଗାଁର ପ୍ରତିଭା, ବାକି

୨୫% ମଞ୍ଚ କଳାକାର ।

ଏହା ବ୍ୟତୀତ ସିନେମାର

ଗୀତ, ସଙ୍ଗୀତ, କାହାଣୀ, ସଂଳାପ, ଚିତ୍ରନାଟ୍ୟ, କଳାକାରଙ୍କ ଜୀବନ୍ତ ଅଭିନୟ ଓ କ୍ୟାମେରା, କୌଣସି ଦିଗକୁ

ଖୁଣି ପାରିବେନି । ଅତି ଚମତ୍କାର ଓ ଉଚ୍ଚକୋଟୀର ହୋଇଛି l

ଦର୍ଶକ ସିନେମା ମାଧ୍ୟମରେ ସମ୍ପୂର୍ଣ୍ଣ କୋରାପୁଟ ବୁଲି ଆସିବାର ମଜା ବି ନେବେ।

ସିନେମାର ନିର୍ଦ୍ଦେଶକ ଉଦୀୟମାନ ଯୁବ ତାରକା

ବିଶାଲ ପଟ୍ଟନାୟକ ଯେଉଁଭଳି ଢଙ୍ଗରେ ନିଜ ମାଟିର ମହକକୁ ସିନେମାରେ ଭରିଛନ୍ତି ଏବଂ ତାଙ୍କୁ

ସହଯୋଗ କରିଛନ୍ତି ଅଭିଜ୍ଞ ପ୍ରଯୋଜକ କୌଶିକ ଦାସ l

ଗୀତ ଓ ସଙ୍ଗୀତକାର ତୋଷ ନନ୍ଦ, କାହାଣୀକାର ସୁଧାକର ପଟ୍ଟନାୟକ ଏବଂ ସହ ପ୍ରଯୋଜକ ରାମ ପଟ୍ଟନାୟକ ଓ କୌସ୍ତଭ ଦାସଙ୍କ ସହ ପୂରା ଟିମ୍।

ପ୍ରଚାର ଓ ପ୍ରସାର ଦାୟିତ୍ୱ ବହନ କରିଛନ୍ତି ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ l ସମସ୍ତଙ୍କୁ ଉତ୍ସାହିତ କରିବା ସହ ଅହେତୁକ ଭଲପାଇବା, ଅକୁଣ୍ଠ

ସମର୍ଥନ ଦେଇ ସିନେମାକୁ ସଫଳ କରିବାରେ

ସହାୟକ ହେବେ ବୋଲି ପ୍ରଯୋଜନା ସଂସ୍ଥା

ଆଶାବାନ୍ଧି ବସିଛି ।

Leave A Reply

Your email address will not be published.