ରୁଷ-ୟୁକ୍ରେନ୍ ଯୁଦ୍ଧ ସମାପ୍ତ କରିବାକୁ ଶାନ୍ତି ପ୍ରସ୍ତାବ ଦେଲେ ଏଲନ୍ ମସ୍କ

0

କିବ୍: ରୁଷ-ୟୁକ୍ରେନ୍ ଯୁଦ୍ଧ ସମାପ୍ତ କରିବାକୁ ଶାନ୍ତି ଯୋଜନାର ପ୍ରସ୍ତାବ ଦେଲେ ଆରବପତି ଏଲନ୍ ମସ୍କ। ଯାହାକୁ ନେଇ ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲୋଦମିରି ଜେଲେନସ୍କି ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ଏଲନ୍‌ କରିଥିବା ଟ୍ୱିଟକୁ କାଉଣ୍ଟର କରି ସେ ଏକ ଟ୍ୱିଟ କରିଛନ୍ତି। ଯେଉଁଥିରେ ସେ ଲୋକଙ୍କ ମତର ଏକ ସର୍ବେକ୍ଷଣକୁ ଉପସ୍ଥାପିତ କରିଛନ୍ତି। ଜେଲେନସ୍କି ଟ୍ୱିଟ କରିଛନ୍ତି ଯେ, ଆପଣଙ୍କୁ କିଏ ପସନ୍ଦ ? ଏଲନ୍ ମସ୍କ ? ଏଥିସହ ଦୁଇଟି ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଗୋଟିଏ ପଟେ ଯେଉଁମାନେ ୟୁକ୍ରେନ୍‌କୁ ସମର୍ଥନ କରୁଛନ୍ତି, ଅନ୍ୟପକ୍ଷରେ ଯେଉଁମାନେ ରୁଷକୁ ସମର୍ଥନ କରୁଛନ୍ତି। ଏହି ଦୁଇଟି ମଧ୍ୟରୁ ୟୁଜରମାନଙ୍କୁ ଗୋଟିଏ ବାଛିବାକୁ ସେ କହିଛନ୍ତି।

ତେବେ ସୂଚନା ମୁତାବକ, ଟେଲସାର ସିଇଓ ଏଲନ୍‌ ନିକଟରେ ଏକ ସର୍ଭେ କରିଥିଲେ। ଯେଉଁଥିରେ ସେ ଡୋନାବାସ, କ୍ରିମିୟାରେ ରହୁଥିବା ଲୋକଙ୍କୁ ରୁଷ କିମ୍ବା ୟୁକ୍ରେନ୍‌ର ମଧ୍ୟରୁ କାହାର ଅଂଶ ହେବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ। ଏହାକୁ ପରୀକ୍ଷା କରି ଦେଖିବାକୁ ଆହ୍ୱାନ ଦେଇଥିଲେ। ଟ୍ୱିଟ ଜରିଆରେ ହଁ କିମ୍ବା ନାହିଁ ଜରିଆରେ ଭୋଟ ଦେବାକୁ କହିଥିଲେ।

Leave A Reply

Your email address will not be published.