ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ : ଯାତାୟାତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

0

ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ଓଡ଼ିଶା ଯାତ୍ରୀ ସୁରକ୍ଷା ଆପ୍’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାରେ ସୁରକ୍ଷିତ, ସ୍ମାର୍ଟ ଏବଂ ନାଗରିକ-କୈନ୍ଦ୍ରିକ ସହରୀ ଯାତାୟାତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

। ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଓଡ଼ିଶା ଯାତ୍ରୀର ବ୍ରାଣ୍ଡ ଆମ୍ବାସାଡର, ବିଶିଷ୍ଟ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଉପସ୍ଥିତିରେ ଲୋକାର୍ପିତ ହୋଇଥିବା ଏହି ସୁରକ୍ଷା ପଦକ୍ଷେପ, ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମ ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଜରୁରୀକାଳୀନ ପ୍ରତିକ୍ରିୟା ସୁବିଧା ଯୋଗାଇଦେଉଛି।

ସାଧାରଣତଃ ଅଧିକାଂଶ ସୁରକ୍ଷା ଫିଚର ପାଇଁ ବ୍ୟବହାରକାରୀଙ୍କୁ SOS ବଟନ୍ ଖୋଜିବାକୁ ପଡ଼ିଥାଏ, ଫୋନ୍ ଅନଲକ୍ କରି ବିଭିନ୍ନ ସ୍କ୍ରିନ୍ ମାଧ୍ୟମରେ ଯିବାକୁ ପଡ଼ିଥାଏ। କିନ୍ତୁ ଓଡ଼ିଶା ଯାତ୍ରୀ ଏକ ଭିନ୍ନ ଓ ସହଜ ପଦ୍ଧତି ଆପଣେଇଛି। ‘ଶେକ୍ ଆଣ୍ଡ୍ ଆଲର୍ଟ’ (Shake & Alert) ସୁବିଧା ମାଧ୍ୟମରେ, ବ୍ୟବହାରକାରୀମାନେ କେବଳ ସେମାନଙ୍କ ଫୋନ୍‌କୁ ହଲେଇ (shake) ଜରୁରୀକାଳୀନ ଆଲର୍ଟ ପଠାଇପାରିବେ , ଯାହାଦ୍ୱାରା ଭୟଭୀତ ଥିବା ସମୟରେ କିମ୍ବା ଆପ୍‌କୁ ବ୍ୟବହାର କରିବାରେ ଅସମର୍ଥ ହେଲେ ମଧ୍ୟ ସେମାନେ ତୁରନ୍ତ ସହାୟତା ପାଇପାରିବେ। ଏହି ଆପ୍‌ରେ ୱାନ୍-କ୍ଲିକ୍ SOS ସୁବିଧା ମଧ୍ୟ ରହିଛି, ଯାହା ମାଧ୍ୟମରେ ଯାତ୍ରୀମାନେ ତୁରନ୍ତ ଜରୁରୀକାଳୀନ ନମ୍ବର ୧୧୨ କୁ କଲ୍ କରିପାରିବେ ଏବଂ ସେମାନଙ୍କର ମନୋନୀତ ଜରୁରୀକାଳୀନ ସମ୍ପର୍କୀୟଙ୍କୁ ସୂଚନା ଦେଇପାରିବେ। ବ୍ୟବହାରକାରୀମାନେ ସେମାନଙ୍କର ବିଶ୍ୱସ୍ତ ବ୍ୟକ୍ତିଙ୍କ ସହ ଲାଇଭ୍ ଲୋକେସନ୍ ସେୟାର କରିପାରିବେ, ଯାହା ଦ୍ୱାରା ସେମାନଙ୍କ ଯାତ୍ରାର ସମୟାନୁବର୍ତ୍ତୀ ମନିଟରିଂ କରାଯାଇପାରିବ।

Leave A Reply

Your email address will not be published.