ଓଡ଼ିଆ ଚଳଚ୍ଚିତ୍ର “ପଶାପାଲି” (ଖେଳ ରାଜନୀତିର) ର ଅଡିଓ ରିଲିଜ୍

0

କଳା ପ୍ରତି ରୁଚି ରଖିଥିବା ବିକଳାନନ୍ଦ କର ବ୍ରାଣ୍ଡ, ଏବେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ପାଦ ଥାପିଛନ୍ତି l ବିକଳାନନ୍ଦ କର ପ୍ରଡ଼କସନ୍ସ ବ୍ୟାନରରେ ପ୍ରଥମ ଅବଦାନ ସ୍ୱରୂପ ଏକ ନୂତନ ଓଡ଼ିଆ ଚଳଚ୍ଚିତ୍ର “ପଶାପାଲି” (ଖେଳ ରାଜନୀତିର) ନିର୍ମାଣ କରିଛନ୍ତି ଯାହାର ଅଡିଓ ରିଲିଜ୍ ହୋଇଛି l

ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ଆୟୋଜିତ ଏହି ଭବ୍ୟ ଅଡିଓ ରିଲିଜ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ସମ୍ବାଦର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ l ଚଳଚ୍ଚିତ୍ରର ପ୍ରଯୋଜକ ପ୍ରଶାନ୍ତ କୁମାର କର, ନିର୍ଦ୍ଦେଶକ ସଞ୍ଜୟ ନାୟକ, ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ବିଶିଷ୍ଟ ରାଜନେତ୍ରୀ ତଥା ଅଭିନେତ୍ରୀ ଶ୍ରୀମୟୀ ମିଶ୍ର, ପୁନମ ମିଶ୍ର, ଅଭିନେତା ରାଜ୍ ରାଜେଶ, କେଦାର ମିଶ୍ର, ବିରଞ୍ଚି ନାୟକ ଶୁଭ୍ରାଂଶୁ, ଡିସ୍କୋ ରେଡ୍ଡୀ, ଗୁଡ୍ଡୁ, ପ୍ରମୁଖ ଯୋଗଦେଇଥିଲେ l

ନିର୍ଦ୍ଦେଶକ ସଞ୍ଜୟ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ରଙ୍କ ଯୋଡ଼ିରେ ଅନେକ ଚଳଚ୍ଚିତ୍ର ସୁପରହିଟ୍ ହୋଇଛି l ଯେଉଁ ଗୀତଗୁଡିକୁ ଶ୍ରୋତା ଆଜି ବି ଗୁଣୁଗୁଣୁ ହେଉଛନ୍ତି l ଚଳଚ୍ଚିତ୍ର ର ଚିତ୍ରତ୍ତୋଳନ ଦାୟିତ୍ୱରେ ଶୁଭମ ଏବଂ ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ରହିଛନ୍ତି l

ପୂର୍ବରୁ ପୋଷ୍ଟର ରିଲିଜ୍ ହୋଇଥିଲା ଏବେ ଅଡିଓ ରିଲିଜ୍ହୋଇଛି l ଖୁବ ଶୀଘ୍ର ଏହାର ଟିଜର୍ ଏବଂ ଟ୍ରେଲର ରିଲିଜ୍ ହେବ ବୋଲି ବିକଳାନଦ କର ପ୍ରଡ଼କସନ୍ସ ତରଫରୁ ପ୍ରକାଶ କରିଛନ୍ତି l ରାଜନୀତିକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିବାରୁ ଦର୍ଶକଙ୍କ ମନରେ ଢେର ଆଗ୍ରହ ରହିଛି l ଅନେକ ଅଭିଜ୍ଞ, ଦମଦାର କଳାକାରଙ୍କୁ ନେଇ ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି l ତେବେ ପୂର୍ବରୁ ଯେପରି ନିର୍ଦ୍ଦେଶକ ସଞ୍ଜୟ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ରଙ୍କ ଯୋଡ଼ିରେ ପ୍ରତ୍ୟେକ ସିନେମାର ଗୀତ ହିଟ୍ ହେଉଥିଲା ପାଶାପାଲି (ଖେଳ ରାଜନୀତିର) ସିନେମାର ଗୀତ ଗୁଡିକ ମଧ୍ୟ ସୁପରହିଟ୍ ହେବ ବୋଲି ନିର୍ଦ୍ଦେଶକ ସଞ୍ଜୟ ନାୟକ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.