ଦ ଗ୍ଲୋବାଲ କ୍ରାଉନ୍ ୨୦୨୬ ର ସାମ୍ବାଦିକ ସମ୍ମିଳନୀ*
ଆନୋନିମସ ଫିଲ୍ମସ ଏବଂ କେ.ଏଫ. ଟି. ଆଇ । ଦ୍ୱାରା ଆୟୋଜିତ ଦ ଗ୍ଲୋବାଲ କ୍ରାଉନ୍ ୨୦୨୬ ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l
ଏହି ସାମ୍ବାଦିକ ସମ୍ମିଳନୀରେ
ଓଡିଶା ସଂଗଠନ ଅଂଶୀଦାର ଭାବେ କାର୍ଯ୍ୟ କରୁଥିବା ଅନୀଶ ଏଣ୍ଟରଟେନମେଣ୍ଟର ମୁଖ୍ୟ ତପନ ଦାଶ, ମିଡ଼ିଆ ପ୍ଲାନରର ମ୍ୟାନେଜିଂ ଡାଇରେକ୍ଟର ପ୍ରଣୟ ଜେଠୀ ଏବଂ ଏହି ପ୍ରତିଯୋଗୀତାକୁ ସହଯୋଗ କରୁଥିବା ମୁନ୍ ଟିଭି ମୁଭିଜ୍ ର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଉମାମଣୀ ଭିଜୁଆଲ୍ସ କ୍ରିଏସନ ର ଡାଇରେକ୍ଟର ନାରାୟଣ ନାୟକ ଉପସ୍ଥିତ ଥିଲେ l ତାଙ୍କ ସମେତ
ଆନୋନିମସ ଫିଲ୍ମସର ପ୍ରତିଷ୍ଠାତ୍ରୀ ପାୟଲ ମୁଖାର୍ଜୀ ଏବଂ କେ.ଏଫ. ଟି. ଆଇ ର ନିର୍ଦ୍ଦେଶିକା ରୁବିୟା ବାନାର୍ଜୀ ଯୋଗଦେଇ ଏହି ଗ୍ଲୋବାଲ କ୍ରାଉନ ୨୦୨୬ ର ପ୍ରତିଯୋଗିତା ସମ୍ପର୍କରେ ସବିଶେଷ ବିଷୟ ଗଣମାଧ୍ୟମକୁ ପ୍ରକାଶ କରିଥିଲେ l
ଗ୍ଲୋବାଲ କ୍ରାଉନ ମୁକୁଟ ପିନ୍ଧାଇବା ପାଇଁ ବିଶ୍ୱ ସ୍ତରୀୟ ଅଡିସନ ମାଧ୍ୟମରେ ୫୦ ଜଣ ପ୍ରତିଯୋଗୀ ଚୟନ କରାଯିବ l ୨୫ ଜଣ ମିସ୍ ଏବଂ ୨୫ ଜଣ ମିଷ୍ଟ୍ରେସ୍ ବର୍ଗର ପ୍ରତିଯୋଗୀଙ୍କୁ ଚୟନ କରାଯିବ l ଚୟନ ହୋଇଥିବା ସେହି ୫୦ ଜଣ ପ୍ରତିଯୋଗୀଙ୍କୁ ନେଇ ଅକ୍ଟୋବର ୧ ରୁ ୬ ତାରିଖ କଲିକତାରେ ୬ ଦିନର ଏକ କର୍ମଶାଳା ଅନୁଷ୍ଠିତ ହେବ l ସେମାନଙ୍କ ମଧ୍ୟରୁ ୩୦ ଜଣ ପ୍ରତିଯୋଗୀଙ୍କୁ ସେମୀଫାଇନାଲକୁ ଚୟନ କରାଯିବ ଏବଂ ଅକ୍ଟୋବର ୮ ତାରିଖରେ କଲିକତାର ଟାଲିଗଞ୍ଜ କ୍ଲବଠାରେ ଗ୍ରାଣ୍ଡ ଫିନାଲେ ହେବ l ଆସନ୍ତା ୨୬ ସେପ୍ଟେମ୍ବରରେ ସାଣ୍ଡିସ ଟାୱାର ହୋଟେଲଠାରେ ଓଡିଶା ଜୋନ୍ ର ଅଡିସନ ହେବ l
ମୁଖ୍ୟ ସେଲିବ୍ରିଟି ଜୁରି ଭାବରେ
ନୟନିକା ଚାଟାର୍ଜୀ ରହିବେ l
ମୁଖ୍ୟ ବିଚାରକ ଭାବେ ପ୍ରସିଦ୍ଧ ବଲିଉଡ ସେଲିବ୍ରିଟି, ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ଫେଶନ ଡିଜାଇନର, ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜକ ଏବଂ ଶିଳ୍ପ ନେତା ରହିବେ l ତେବେ ଏହି ଇଭେଣ୍ଟ ଦ୍ୱାରା ଓଡିଶାରେ ଥିବା ଅନେକ ପ୍ରତିଭା ସୁଯୋଗ ପାଇବେ ବୋଲି ଆୟୋଜକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ l