ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ଭାରତ ଟ୍ୟାକ୍ସି’ ସେବା। ଓଲା (Ola) ଏବଂ ଉବେର (Uber) ଭଳି ଘରୋଇ ଆପ୍-ଭିତ୍ତିକ ଟ୍ୟାକ୍ସି କମ୍ପାନୀଗୁଡ଼ିକ ଭଳି ଏହି ସରକାରଙ୍କ ଦ୍ଵାରା ପରିଚାଳିତ ସେବା ଯାତ୍ରୀଙ୍କୁ ସୁବିଧା ଯୋଗାଇଦେବ। ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଦ୍ୱାରା ୨୦୨୬ ଫେବ୍ରୁଆରୀ ୫ ତାରିଖରେ ଏହି ‘ଭାରତ ଟ୍ୟାକ୍ସି’ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏବେ ଏହାକୁ ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ଏବଂ ଆବଶ୍ୟକୀୟ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଉଛି।