ବହୁ ପ୍ରତିକ୍ଷୀତ ଫିଲ୍ମ ଦେବକନ୍ୟାର ପୋଷ୍ଟର ଉନ୍ମୋଚନ, ଟ୍ରେଲର ଓ ଗୀତ ରିଲିଜ୍*

0

ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ଦେବକନ୍ୟା ର ପୋଷ୍ଟର ଉନ୍ମୋଚନ ହେବା ସହିତ ଟ୍ରେଲର ଏବଂ ଗୀତ ରିଲିଜ୍ ହୋଇଛି l

ଏହି ଅବସରରେ ଏକାମ୍ର ବିଧାୟକ ବାବୁ ସିଂ ମୁଖ୍ୟ ଅତିଥି ଭାବେ, ରାଜାରାଣୀ ମଣ୍ଡଳର ସଭାପତି ସଂଗ୍ରାମ ମାର୍ଥା ଯୋଗଦେଇଥିଲେ l ତାଙ୍କ ସହିତ ଦେବକନ୍ୟାର ପ୍ରଯୋଜକ ସୁରେଶ କୁମାର ସାହୁ, ନିର୍ଦ୍ଦେଶକ ରାଶେଷ ମହାନ୍ତି, ଅଭିନେତା କୁନା ତ୍ରିପାଠୀ, ରବି ମିଶ୍ର, କେଦାର ମିଶ୍ର, ଦେବ୍, ନାୟକ ଶୁଭାଶିଷ ଶର୍ମା (ମଣ୍ଟୁ), ନାୟିକା ସୁଶ୍ରୀ ମିଶ୍ର, ନୃତ୍ୟ ନିର୍ଦ୍ଦେଶକ ଲୁବୁନ, ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ, ଗୀତିକାର ବିରଞ୍ଚି ନାରାୟଣ, କଣ୍ଠଶିଳ୍ପୀ ଅଭିଜିତ ମିଶ୍ର, ନିଶାନ୍ତ ମିଶ୍ର, ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀଙ୍କ ସମେତ ଦେବକନ୍ୟା ଟିମ୍ ର ସମସ୍ତ ଟେକ୍ନିସିଆନ୍ସ ଯୋଗଦେଇଥିଲେ l

ସୁପ୍ରିମ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ର କୁ ସୁରେଶ କୁମାର ସାହୁ ଏବଂ ଭୈରବୀ ତ୍ରିପାଠୀ ପ୍ରଯୋଜନା କରିଛନ୍ତି l ଶଙ୍କର ତ୍ରିପାଠୀଙ୍କ ଲିଖିତ ଏହି ଚଳଚ୍ଚିତ୍ରକୁ ବହୁ ଅଭିଜ୍ଞ ରାଶେଷ ମହାନ୍ତି (ସିଲୁ) ନିର୍ଦ୍ଦେଶନା ଦେଇଛନ୍ତି l ବାପି ବାବୁ ଚିତ୍ରତ୍ତୋଳନ କରିଥିବା ବେଳେ ଚନ୍ଦ୍ର ଶେଖର ମିଶ୍ର ଏହାକୁ ସମ୍ପାଦନା କରିଛନ୍ତି l

 

ଲଭର୍ ବୟ, ଚକୋଲେଟ୍ ବୟ ଚରିତ୍ରରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶୁଭାଶିଷ ଶର୍ମା (ମଣ୍ଟୁ) ଉଭୟ ଦେବ ଏବଂ କନ୍ୟା ଚରିତ୍ରରେ ନଜର ଆସିବେ l ପୁରୀ ମାଟିର ଏକ ପାରମ୍ପରିକ ଘୋଡା ନାଚକୁ ନେଇ କାହାଣୀ ଗତିଶୀଳ ହୋଇଛି l ଘୋଡ଼ାନାଚରେ ଝିଅ ବେଶ

ହୋଇ ନାଚୁଥିବା ଜଣେ ପୁଅର କାହାଣୀ ଦେଖିବାକୁ ମିଳିବ ଏ ଚଳଚ୍ଚିତ୍ରରେ। ଝିଅ ବେଶରେ ନାଚି ନାଚି ଶେଷକୁ ପୁଅଟିର ଅଙ୍ଗଭଙ୍ଗୀ, କଥା କହିବା ଢଙ୍ଗ, ଆଚରଣ ସବୁକିଛି ଝିଅ ଭଳି ହୋଇଯାଏ ।

ମା’ ମଙ୍ଗଳାଙ୍କ ପ୍ରତି ସମର୍ପିତ ଥ‌ିବାରୁ ଏ ଝିଅଟିର ନାଁ ରଖାଯାଏ ଦେବକନ୍ୟା ।

ତେବେ କାହାଣୀ ଶେଷରେ କିଭଳି ପରିସମାପ୍ତି ହୁଏ, ତାହା ରିଲିଜ ହେବା ପରେ ଦର୍ଶକ ଜାଣିବେ l ଏହି ଫିଲ୍ମରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଓଡ଼ିଶାର ସଂସ୍କୃତି, ପରମ୍ପରାର ଝଲକ୍ ରହିଛି l

ତେବେ ଆସନ୍ତା ନଭେମ୍ବର ମାସରେ ଦେବକନ୍ୟା ମୁକ୍ତିକାଭ କରିବାକୁ ପ୍ରଯୋଜନା ସଂସ୍ଥା ତରଫରୁ ଘୋଷଣା କରାଯାଇଛି l

Leave A Reply

Your email address will not be published.