ଦିଲ୍ଲୀରେ ମେଟ୍ରୋ ବନ୍ଦ କରି ପାରିବେ ନାହିଁ, ଇଣ୍ଟରନେଟ୍ ସେବା ତୁରନ୍ତ ଦିଅ; ତାଗିଦ ସହ ପୋଲିସକୁ SCଙ୍କ ବଡ଼ ଆଦେଶ

0

କକରୋଚ୍ ଜନତା ପାର୍ଟି(ସିଜେପି) ପକ୍ଷରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶନିବାର ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ଆନ୍ଦୋଳନ ହୋଇଛି। ପ୍ରଦର୍ଶନକୁ ରୋକିବା ପାଇଁ ଦିଲ୍ଲୀରେ ମେଟ୍ରୋ ଷ୍ଟେସନ ବନ୍ଦ, ଟ୍ରେନ ବନ୍ଦ, ଇଣ୍ଟରନେଟ୍ ସେବା କଟକଣା କରାଯିବା ପ୍ରତିବାଦରେ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଉପରେ ଶୁଣାଣି ସମୟରେ ଅଦାଲତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୋଲିସ ଦିଲ୍ଲୀରେ ଲୋକଙ୍କ ଯାତାୟାତକୁ ଏମିତି ରୋକି ପାରିବ ନାହିଁ। ଦିଲ୍ଲୀରେ ଏମିତି ବ୍ୟାରିକେଡିଂ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ପୂରା ସହରରୁ ବ୍ୟାରିକେଡିଂ ହଟାଇବାକୁ ଦିଲ୍ଲୀ ପୋଲିସକୁ ଆଦେଶ ଦେବା ସହ ଏହାର ସମୀକ୍ଷା କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ଅନ୍ତରୀଣ ଆଦେଶ ଜାରି କହିଛନ୍ତି, ଯେ ପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ନ ହୋଇଛି, ସେ ପର୍ଯ୍ୟନ୍ତ ମେଟ୍ରୋ ଚଳାଚଳ ସ୍ଵାଭାବିକ ରହିବା ଦରକାର। ଇଣ୍ଡରନେଟ୍ ସେବା ତୁରନ୍ତ ଚାଲୁ କରିବା ଏବଂ ଓକିଲଙ୍କୁ ସେମାନଙ୍କ କାମରେ ରୋକା ଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ ଶବ୍ଦରେ ଦିଲ୍ଲୀ ପୋଲିସକୁ କହିଛନ୍ତି। ସୁପ୍ରିମକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ଫାଇଲ୍ କରାଯାଇ ଜନପଥ ଏବଂ କର୍ତ୍ତବ୍ୟ ପଥର ଆଖପାଖ ଅଞ୍ଚଳରେ ମୋବାଇଲ ଇଣ୍ଟରନେଟ୍ ବନ୍ଦ କରାଯିବାର ବିଚାର ବିଭାଗୀୟ ସମୀକ୍ଷା କରାଯିବା ଉଚିତ୍ ବୋଲି କୁହାଯାଇଛି।

Leave A Reply

Your email address will not be published.