ଜି-୨୦ ସମ୍ମିଳନୀକୁ ପୁଟିନଙ୍କୁ ଡାକିବ ନାହିଁ ବ୍ରିଟେନ୍, ଆମେରିକା କହିଲା ଆମେ ନିଶ୍ଚୟ ନିମନ୍ତ୍ରଣ କରିବୁ

0

ଲଣ୍ଡନ: ଆସନ୍ତା ବର୍ଷ ଜି-୨୦ ଶିଖର ସମ୍ମିଳନୀ ବ୍ରିଟେନରେ ଆୟୋଜିତ ହେବ। ବ୍ରିଟେନ ଏହାର ଅଧ୍ୟକ୍ଷତା କରିବ। ୨୦୨୭ ନଭେମ୍ବର ହେବାକୁ ଥିବା ଏହାର ବାର୍ଷିକ ସମ୍ମିଳନୀକୁ ମାଞ୍ଚେଷ୍ଟର ସହରରେ ଆୟୋଜନ କରାଯିବ। ଏଥିରେ ସମସ୍ତ ଜି-୨୦ ଦେଶଙ୍କୁ ନିମନ୍ତ୍ରଣ କରାଯିବ। ହେଲେ ଋଷିକୁ ନିମନ୍ତ୍ରଣ କରାଯିବ ନାହିଁ। ଏକଥା କହିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ।

ଗୁରୁବାର ଏନେଇ ଇକୋନିମିଷ୍ଟ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଛି। ବ୍ରିଟେନରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିମନ୍ତ୍ରଣ କରାଯିବ କି ନାହିଁ ବୋଲି ପ୍ରଶ୍ନ କରିବାରୁ ଆଣ୍ଡି ବର୍ନହାମ ଏଭଳି କହିଛନ୍ତି। ଇକୋନୋମିଷ୍ଟ ଖବରକାଗଜ ପକ୍ଷରୁ ଏନେଇ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ସିଧା ଉତ୍ତରରେ ସେ ‘ନା’ କହିଥିଲେ। ତେବେ ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜବାବ ମଗାଯାଇଥିଲେ ମଧ୍ୟ ପ୍ରସଙ୍ଗରେ କୌଣସି ଉତ୍ତର ମିଳି ନାହିଁ।

ପୁଟିନଙ୍କୁ ଡାକିବ ଆମେରିକା

୨୦୨୭ ଜି-୨୦ ବାର୍ଷିକ ସମ୍ମିଳନୀ ପୂର୍ବରୁ ଚଳିତ ବର୍ଷ ଡିସେମ୍ବର ମାସରେ ଆମେରିକାର ମିଆମି ସହରରେ ଏହି ସମ୍ମିଳନୀ ଆୟୋଜିତ ହେବ। ଏହାର ଅଧ୍ୟକ୍ଷତା ଆମେରିକା କରିବ। ତେବେ ଋଷ ରାଷ୍ଟ୍ରପତିଙ୍କୁ ଏହି ସମ୍ମିଳନୀକୁ ନିମନ୍ତ୍ରଣ କରାଯିବ ବୋଲି ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସେପ୍ଟେମ୍ବର ମାସରେ ସ୍ପଷ୍ଟ କରି କହିଥିଲେ। ଖାଲି ଯେ ନିମନ୍ତ୍ରଣ କରାଯିବ ତାହା ନୁହେଁ,ପୁଟିନଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ବିଶ୍ୱ ନେତାମାନଙ୍କ ସହ କଥାବାର୍ତ୍ତା ପାଇଁ ସୁଯୋଗ ମଧ୍ୟ ଦିଆଯିବ ବୋଲି ରୁବିଓ କହିଥିଲେ।

Leave A Reply

Your email address will not be published.