ଆସିଗଲା ପରୀକ୍ଷା ତାଲିକା; ଜାଣନ୍ତୁ କେବେଠୁ ICSE ଓ ISC ପରୀକ୍ଷା ?
ନୂଆଦିଲ୍ଲୀ: ଆସିଗଲା ୨୦୨୭ ICSE ଏବଂ ISC ପରୀକ୍ଷା ତାରିଖ । କାଉନସିଲ୍ ଫର୍ ଦ ଇଣ୍ଡିଆନ ସାର୍ଟିଫିକେଟ ଏଗ୍ଜାମିନେସନ (CISCE) ମଙ୍ଗଳବାର ୨୦୨୭ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିଛି । ଜାରି ହୋଇଥିବା ପରୀକ୍ଷା ଡେଟ୍ ସିଟ୍ ଅନୁସାରେ, ଫେବ୍ରୁଆରୀ ୯ ତାରିଖରୁ ଦ୍ବାଦଶ ଏବଂ ଫେବ୍ରୁଆରୀ ୧୫ରୁ ୧୦ମ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଆରମ୍ଭ ହେବ ।
CISCE ପକ୍ଷରୁ ଜାରି ଆନୁଷ୍ଠାନିକ ବିଜ୍ଞପ୍ତି ଅନୁସାରେ, ICSE ପରୀକ୍ଷା ୨୦୨୭ ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ । ସେହିଭଳି ISC ପରୀକ୍ଷା ଫେବ୍ରୁଆରୀ ୯ରୁ ଆରମ୍ଭ ହୋଇ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ ।
ସିଆଇଏସସିଇ ପକ୍ଷରୁ ଆଇସିଏସଇ ଏବଂ ଆଇଏସସି ପରୀକ୍ଷାର ଆଡମିଟ୍ କାର୍ଡ ୨୦୨୬ ଡିସେମ୍ବରରୁ ସେମାନଙ୍କ ସ୍କୁଲରୁ ମିଳିବ । ଛାତ୍ରଛାତ୍ରୀମାନେ ଅଫିସିଆଲ ଓ୍ବେବସାଇଟ cisce.orgକୁ ଯାଇ ପରୀକ୍ଷା ସୂଚୀ ତଥା ସମସ୍ତ ସୂଚନା ପାଇପାରିବେ । ତେବେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ, ଡେଟସିଟ୍ ଅନୁସାରେ ନିଜର ପ୍ରସ୍ତୁତି ଆରମ୍ଭ କରନ୍ତୁ ଏବଂ ପରୀକ୍ଷା ପୂର୍ବରୁ ସମସ୍ତ ବିଷୟର ତାରିଖ ଏବଂ ସମୟ ଭଲ ଭାବରେ ଯାଞ୍ଚ କରନ୍ତୁ।