ଘୋଷଣା ହେଲା ବିଜେଡିର ଜିଲ୍ଲା ମହିଳା କମିଟି: ଜାଣନ୍ତୁ କାହାକୁ ମିଳିଳା କେଉଁ ଦାୟିତ୍ୱ?

0

ଭୁବନେଶ୍ୱର (ଆମ ଟିଭି): ୨୦୨୪ ନିର୍ବାଚନ ପାଇଁ ପୁରା ପ୍ରସ୍ତୁତିରେ ଲାଗି ପଡ଼ିଛି ବିଜୁ ଜନତା ଦଳ । ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ମାନନୀୟା ଶ୍ରେହାଙ୍ଗିନୀ ଛୁରୀୟଙ୍କ ଦ୍ୱାରା ଏବଂ ଜିଲ୍ଲା ପର୍ୟ୍ୟବେକ୍ଷକ ନିବେଦିତା ମହାନ୍ତିଙ୍କ ତତ୍ତ୍ୱାବଧାନ ଏବଂ ଜିଲ୍ଲା ସଭାନେତ୍ରୀ ଲଷ୍ମୀପ୍ରିୟା ନାୟକଙ୍କ ସହଯୋଗରେ ମାଲକାନଗିରି ଜିଲ୍ଲା କମିଟି ସହିତ, ଜିଲ୍ଲାର ସମସ୍ତ ୭ ଗୋଟି ବ୍ଲକ ,ଏନଏସି ଏବଂ ମୁନିସିପାଲିଟିର କମିଟି ଓ ସଭାନେତ୍ରୀମାନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ମାଲକାନଗିରି ବ୍ଲକ ଗୌରୀ ପଡ଼ିଆମୀ, ମାଲକାନଗିରି ମୁନିସିପାଲିଟି କବିତା ମହନ୍ତ, ବାଲିମେଳା ଏନଏସି କୁମାରୀ ସେଠି, ଚିତ୍ରକୋଣ୍ଡା ବ୍ଳକ ରାଜେଶ୍ୱରୀ ଖିଲ, ଖଇରପୁଟ ବ୍ଳକ ସାବିତ୍ରୀ ମୁଦୁଲି, ମାଥିଲି ବ୍ଲକ ଟିକି ମଲ୍ଲିକ, କାଲିମେଳା ବ୍ଳକ ବନାଳି ବରାଳ, ପଡ଼ିଆ ବ୍ଳକ ରାଜେଶ୍ୱରୀ କବାସୀ, କରୁକୋଣ୍ଡା ବ୍ଳକ ସୁନ୍ଦର ଆମାଗୋଛା, ବ୍ଳକ ସଭାନେତ୍ରୀ ଭବେ ଦାୟିତ୍ୱ ଦିଆଯାଇଛି।

ସେଭଳି ସୁନିତା ଜେନା, ମମତା ପଡ଼ିଆମୀ, ଦାହନା ତାଙ୍ଗୁଳ, ଗୌତମି ସାହୁ, ମୁସ୍କାନ ଦେବନାଥ, ଓ ଅନ୍ୟ ତୁଙ୍ଗ ନେତୃମଣ୍ଡଳୀଙ୍କୁ ନୂତନ ଭାବରେ ଦାୟିତ୍ୱ ପ୍ରାପ୍ତ, ହୋଇଛି । ମାଲକାନଗିରି ଜିଲ୍ଲା ବିଜୁ ମହିଳା ଜନତା ଦଳର ସମସ୍ତ ତୁଙ୍ଗ ନେତୃମଣ୍ଡଳୀ ଙ୍କୁ ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ଓ ପୂର୍ବତନ ବିଧାୟକ ମାନସ ମାଡକାମୀ, କାର୍ୟ୍ୟକାରୀ ସଭାପତି ଦୁର୍ଗା ପ୍ରାସଦ ତ୍ରିପାଠୀ, ବରିଷ୍ଟ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ, ଗୋପାଳ କୃଷ୍ଣ ପଣ୍ଡା, ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ଜିଲ୍ଲା ଯୁବ ଜନତା ଦଳ ସଭାପତି ଆଡ଼ମା ରାବା, ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ, ବିଜେଡି ମିଡ଼ିଆ ସଂଯୋଜକ ସୁନିଲ ସାହୁ ଓ ଜିଲ୍ଲା ବିଜେଡିର ମନ ବରିଷ୍ଟ ଯୁବ ଛାତ୍ର କର୍ମକର୍ତ୍ତା ସାଦର ଶୁଭେଚ୍ଛା ସହ ଅଭିନନ୍ଦନ ଜ୍ଞାପନ ଜଣେଇଛନ୍ତି ।

Leave A Reply

Your email address will not be published.