ବାଲିଯାତ୍ରାରେ ଯୋଗଦେବେ ରାଷ୍ଟ୍ରପତି, ସୁରକ୍ଷା ଦାୟିତ୍ୱରେ ୭୦ ପ୍ଲାଟୁନ୍ ଫୋର୍ସ

0

କଟକ: ଆସନ୍ତା ୨୪ ତାରିଖରେ ଐତିହାସିକ ବାଲିଯାତ୍ରା । ଆସିବେ ମହାମହିମ ରାଷ୍ଟ୍ରପତି । କଡ଼ା ସୁରକ୍ଷା ବଳୟରେ ରହିବ ବାଲିଯାତ୍ରା ପଡ଼ିଆ । ଜଗିବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ । ନିୟୋଜିତ ହେବେ ୪୦୦ ଅଫିସର । ଐତିହାସିକ କଟକ ବାଲିଯାତ୍ରା ଓ ରାଷ୍ଟ୍ରପତି ଗ୍ରସ୍ତକୁ ନେଇ ପ୍ରସ୍ତୁତି ଜୋରଦାର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ବ୍ୟପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

୭୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୪୦୦ ଅଫିସର ନିୟୋଜିତ ହେବେ । ୩୮ ୱାଚ ଟାୱାର ହେବ। ନଜର ରଖିବ ୧୪୪ ସିସିଟିଭି । ରାଷ୍ଟ୍ରପତିଙ୍କ ରୁଟରେ କରାଯିବ ବାରିକେଡିଂ । ଯେଉଁ ରିଙ୍ଗ ରୋଡ଼ ନଦୀ ବନ୍ଧ ଦେଇ ରାଷ୍ଟ୍ରପତି ଆସିବେ ସେ ରାସ୍ତାର କାର୍ଯ୍ୟ ଶେଷ ହୋଇଛି । ଆଜି ୪ଟାରେ ରିହରସଲ କରାଯିବ ।

Leave A Reply

Your email address will not be published.