ତେଲ ଟ୍ୟାଙ୍କର ଓଲଟିଲା ପରେ ଲାଗିଗଲା ନିଆଁ : ୩୧ ମୃତ, ୨୧ ଗୁରୁତର

0

ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଲା ଇନ୍ଧନ ଟ୍ୟାଙ୍କର । ସଙ୍ଗେସଙ୍ଗେ ଲାଗିଗଲା ନିଆଁ । ଚାହୁଁଚାହୁଁ ଜଳିଗଲେ ୩୧ ବ୍ୟକ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ମିଶରର ରାଜଧାନୀ କାହିରାରେ । ଏହାସହ ଅଘଟଣରେ ଅନ୍ୟ ୨୧ ଜଣ ଗୁରୁତର ହୋଇପଡିଛନ୍ତି ।

ମିଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ବୁଧବାର ରାତିରେ ଏହି ଅଘଟଣ ଘଟିଛି । କାହିରାର ଏକ ଗୁରୁତ୍ୱପୂର୍ଣ୍ଣ ରିଙ୍ଗ୍ ରୋଡରେ ତୈଳ ଟ୍ୟାଙ୍କରଟି ଓଲଟି ପଡିଥିଲା । ଏହା ଏତେ ଭୟଙ୍କର ଥିଲା ଯେ, ପାଖରେ ଥିବା ୧୨ରୁ ଅଧିକ କାର୍ ଏବଂ ବାଇକ୍ ଜଳି ଯାଇଛି । ଗ୍ରେଟର୍ କାହିରାର ଗୀଜା ଅଞ୍ଚଳର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ।

Leave A Reply

Your email address will not be published.