ରାଜ୍ୟରେ ଶୀତର ଲହରୀ, ପ୍ରଥମ ଥର ୧୦ ଡିଗ୍ରୀ ତଳକୁ ଖସିଲା ପାରଦ

0

ଭୁବନେଶ୍ବର: ଖସିଲା ପାରଦ, ବଢ଼ିଲା ଶୀତ । ପ୍ରଥମ ଥର ୧୦ଡିଗ୍ରୀ ତଳକୁ ଖସିଲା ପାରଦ ।  ଆଜି ଜି. ଉଦୟଗିରିରେ ୮.୬ ଡିଗ୍ରୀ ରେକର୍ଡ ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗବାଡ଼ିରେ ୧୧.୫, ଝାରସୁଗୁଡ଼ାରେ ୧୧.୮, ଫୁଲବାଣୀରେ ୧୨ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ସେମିଳିଗୁଡ଼ାରେ ୧୩.୬, ଭବାନୀପାଟଣାରେ ୧୪ ଓ କେନ୍ଦୁଝରରେ ୧୩.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଗତ ତିନି ଦିନ ମଧ୍ୟରେ ୭.୬ ଡିଗ୍ରୀ ତାପମାତ୍ରା ତଳକୁ ଖସିଛି ।

ରାଜ୍ୟରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ । ଖସୁଛି ପାରଦ, ବଢ଼ୁଛି ଥଣ୍ଡା । ସକାଳ ଓ ରାତିରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଥିବା ବେଳେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି । ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ରାଜ୍ୟର ଏକ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ସର୍ବନିମ୍ନ ୮.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି ।

ସବୁଠାରୁ ଚିନ୍ତାଜନକ କଥା ହେଉଛି, ଗତ ତିନି ଦିନ ମଧ୍ୟରେ ତାପମାତ୍ରାରେ ପ୍ରାୟ ୭.୬ ଡିଗ୍ରୀ ସେଲସିୟସ୍ ହ୍ରାସ ଘଟିଛି । ଏତେ କମ୍ ସମୟ ମଧ୍ୟରେ ପାରଦ ଏତେ ତଳକୁ ଖସିବା ଯୋଗୁଁ ଶୀତର ପ୍ରକୋପ ବଢ଼ିଛି । ତେବେ ଆଗକୁ ରାଜ୍ୟରେ ଶୀତର ପ୍ରଭାବ କେତେ ବଢ଼ିବ ଏବଂ ଆଉ କେତେ ତଳକୁ ଖସିବ ପାରଦ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.