ବିବାଦୀୟ ଦୀପସ୍ତମ୍ଭରେ ଜଳିଲା କାର୍ତ୍ତିଗାଇ ଦୀପମ୍, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହେଲା ପ୍ରଜ୍ୱଳନ

0

ଦୀର୍ଘଦିନର ବିବାଦ ପରେ ତାମିଲନାଡୁର ମଦୁରାଇ ଜିଲ୍ଲାସ୍ଥିତ ତିରୁପରନକୁନ୍ଦ୍ରମ ପାହାଡ଼ରେ ଜଳିଲା ପାରମ୍ପରିକ କାର୍ତ୍ତିଗାଇ ଦୀପମ୍ । ବିବାଦୀୟ ଦୀପସ୍ତମ୍ଭରେ ଶନିବାର (ନଭେମ୍ବର ୨୮) ସନ୍ଧ୍ୟା ୫ଟାରେ ଦୀପ ପ୍ରଜ୍ୱଳନ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କଡ଼ା ସୁରକ୍ଷା ମଧ୍ୟରେ ଏହି ପାରମ୍ପରିକ ଉତ୍ସବ ସମ୍ପନ୍ନ ହୋଇଛି। ଦୀପ ଜଳିବା ପରେ ଶ୍ରଦ୍ଧାଳୁମାନେ ‘ଭେଟ୍ରିଭେଲ ମୁରୁଗନୁକ୍କୁ ଅରୋହରା’ ନାରା ଦେଇ ପ୍ରଭୁ ମୁରୁଗନଙ୍କ ଜୟଗାନ କରିଥିଲେ ।

୩୦ କେଜି ଘିଅରେ ଜଳିଲା ଦୀପ

ଏହି ବିଶାଳ ଦୀପ ପ୍ରଜ୍ୱଳନ ପାଇଁ ୩୦ କିଲୋଗ୍ରାମ ଘିଅ, ୫୦ ମିଟର ଲମ୍ବର କପାବତୀ ଏବଂ ୫ କିଲୋଗ୍ରାମ କର୍ପୂର ବ୍ୟବହାର କରାଯାଇଥିଲା । ପାରମ୍ପରିକ ବାଦ୍ୟଯନ୍ତ୍ର ଓ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଦୀପ ଜଳାଯାଇଥିଲା । ଏହି ଦୃଶ୍ୟ ଦେଖିବା ପାଇଁ ପାହାଡ଼ ତଳେ ଥିବା ମନ୍ଦିର ପରିସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିଲେ । ଭକ୍ତମାନେ ବାଣ ଫୁଟାଇବା ସହ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ ଉତ୍ସବ ପାଳନ କରିଥିଲେ ।

Leave A Reply

Your email address will not be published.