AICTE ର ‘ଆଇଡ଼ିଆ ଲ୍ୟାବ୍ ସ୍କିମ୍’ରେ ‘ଗୀତା’ ଓଡିଶାର ଏକମାତ୍ର କଲେଜ୍ :-
ବୈଷୟିକ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପାଇଁ ପରୀକ୍ଷଣ ଓ ପରୀକ୍ଷାଗାର ସହ ଶ୍ରେଣୀଗୃହ ଶିକ୍ଷାର ସଫଳ ସମନ୍ୱୟ ଲାଗି AICTE ତରଫରୁ ନୂତନ ରୂପେ ଘୋଷିତ ‘ଆଇଡ଼ିଆ ଲ୍ୟାବ୍ ସ୍କିମ୍’ ର ଚୂଡାନ୍ତ ତାଲିକାରେ ‘ଗୀତା’ ରାଜ୍ୟର ଏକମାତ୍ର କଲେଜ୍ ରୂପେ ସ୍ଥାନ ପାଇଛି। AICTE ର ଚେୟାରମ୍ୟାନ ପ୍ରଫେସର ଶହସ୍ରବୁ6ଦ୍ଧ ଙ୍କ ଅଧକ୍ଷତାରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ବୈଠକରେ ଆଜି ଏହା ଘୋଷଣା କରାଯାଇଛି। ‘ଆଇଡ଼ିଆ ଲ୍ୟାବ୍ ସ୍କିମ୍’ରେ ସମଗ୍ର ଦେଶରୁ ୨୦୪ଟି ଶିକ୍ଷାନୁଷ୍ଠାନ ନିଜର ପ୍ରସ୍ତାବ ଦାଖଲ କରିଥିଲେ। ବିଭିନ୍ନ ସୋପାନରେ ତଦନ୍ତ ପରେ ସମୁଦାୟ ୪୯ ଟି ଶିକ୍ଷା ଅନୁଷ୍ଠାନକୁ ଏହି ଅନୁମୋଦନ ମିଳିଥିଲା।
ଶିକ୍ଷା, ଶିଳ୍ପ, ପ୍ରଯୁକ୍ତିବିଦ୍ୟା, ଦକ୍ଷତା ଓ ବିକାଶ କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ’ ଓ ନୂତନ ଶିକ୍ଷାନୀତି କୁ ପ୍ରୋତ୍ସାହିତ କରିବା ସହ ଏହା ବୈଷୟିକ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଗବେଷଣାରେ ମନୋନିବେଶ ପାଇଁ ନୂତନ ଭିତ୍ତିଭୂମି ପ୍ରଦାନ କରିବ; ଏହି କାର୍ଯ୍ୟକ୍ରମର ଏହା ପ୍ରମୁଖ ଲକ୍ଷ୍ୟ ବୋଲି AICTE ତରଫରୁ ୟୁଟ୍ୟୁବ ଭିଡିଓ ମାଧ୍ୟମରେ ଘୋଷଣା କରାଯାଇଛି।
ଏହି ନୂତନ ସ୍ୱୀକୃତି ପାଇଁ ଗୀତା ସ୍ଵଂୟ ଶାସିତ ମହାବିଦ୍ୟାଳୟ ର ପ୍ରିନ୍ସିପାଲ ପ୍ରଫେସର୍ ମନ୍ମଥ କୁମାର ରାଉଳ ଗୀତା ମ୍ୟାନେଜମେଣ୍ଟ, ବିଦ୍ୟାର୍ଥୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମକର୍ତ୍ତା ମାନଙ୍କୁ ଶୁଭେଛା ବାର୍ତା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ସରକାରଙ୍କ ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ୍ (UGC), ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବିପିୟୁଟି, ରାଉରକେଲା, ଗୀତା ଇଞ୍ଜିନିଅରିଂ କଲେଜ୍ କୁ ୨୦୨୦-୨୧ ଶିକ୍ଷାବର୍ଷରୁ ଆଗାମୀ ଦଶ ବର୍ଷ ପର୍ଯ୍ୟନ୍ତ ସ୍ବୟଂଶାସିତ ମାନ୍ୟତା ପ୍ରଦାନ କରିଛନ୍ତି ।