ଆମ ସ୍ଵଭାବ ସହ ଯୋଡ଼ିତ କିଛି ଖାଦ୍ୟ

0

କେତେକ ଭୋଜନ ଆମ ସ୍ୱଭାବରେ ମଧ୍ୟ ପ୍ରଭାବ ପକାଇଥାଏ। ନିଜର ସ୍ୱଭାବ ଅନୁଯାୟୀ ଆପଣ କେଉଁ ପ୍ରକାରର ଭୋଜନ କରିବା ଆବଶ୍ୟକ ତାହା ହୁଏତ ଆପଣ ଜାଣି ନଥିବେ। କେଉଁ ସ୍ୱଭାବର ବ୍ୟକ୍ତି କି ପ୍ରକାରର ଭୋଜନ ଖାଇବା ଉଚିତ ଜାଣନ୍ତୁ….

ଭାବୁକ ସ୍ୱଭାବର ବ୍ୟକ୍ତି –

ବହୁ ଲୋକେ ସ୍ୱଭାବରେ ଖୁବ ଭାବୁକ ହୋଇଥାଆନ୍ତି। ଏହି ସ୍ୱଭାବର ବ୍ୟକ୍ତି ମିଠା ଦ୍ରବ୍ୟ ଖାଇବା ଉଚିତ। ନିଜର ନିୟମିତ ଭୋଜନରେ ଗୁଡ଼, କିମ୍ବା ରୁଟି ଓ ମିଠା ଖାଆନ୍ତୁ। ଶୁଭଫଳ ମିଳିବା ସହ କାର୍ୟ୍ୟରେ ସଫଳତା ମିଳିଥାଏ। ଏହି ସ୍ୱଭାବର ବ୍ୟକ୍ତି ବାସି ଖାଦ୍ୟ ଖାଇବା ଉଚିତ ନୁହେଁ।

କ୍ରୋଧ ସ୍ୱଭାବର ବ୍ୟକ୍ତି –

ଆପଣ ଏପରି ବହୁ ବ୍ୟକ୍ତି ଦେଖିଥିବେ ଯେଉଁମାନେ ଛୋଟ କଥାରେ ମଧ୍ୟ ଖୁବ ଅଧିକ ରାଗି ଯାଇଥାଆନ୍ତି। ଏହି କ୍ରୋଧ ସ୍ୱଭାବର ବ୍ୟକ୍ତି ପିଆଜ, ରସୁଣ, ଆମିଷ ଖାଦ୍ୟ କମ ପରିମାଣରେ ଖାଇବା ଉଚିତ।

ଚିନ୍ତାଗ୍ରସ୍ତ ବ୍ୟକ୍ତି –

ଏହି ସ୍ୱଭାବର ବ୍ୟକ୍ତି କ୍ଷୀର କିମ୍ବା କ୍ଷୀରରେ ପ୍ରସ୍ତୁତ ଦ୍ରବ୍ୟ ଖାଇବା ଦ୍ୱାରା ବହୁ ଶୁଭଫଳ ମିଳିଥାଏ। ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ।

ଦୁର୍ବଳ ସ୍ୱଭାବର ବ୍ୟକ୍ତି –

ବହୁ ଲୋକେ ମାନସିକ ଓ ଶାରୀରିକ ଉଭୟେ ରୂପେ ଦୁର୍ବଳ ଥାଆନ୍ତି। ଏମାନଙ୍କୁ ସର୍ବଦା ରୋଗ ଲାଗିରହିଥାଏ। ଏହି ସ୍ୱଭାବର ବ୍ୟକ୍ତି ଫଳ ଓ ସବୁଜ ପନିପରିବା ଖାଇବା ଉଚିତ।

Leave A Reply

Your email address will not be published.