ଧାମନଗରରେ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ

0

ଭୁବନେଶ୍ୱର (ଆମ ଟିଭି): ଧାମନଗର ଉପନିର୍ବାଚନ ତାରିଖ ଯେତେ ପାଖଉଛି, ନିର୍ବାଚନ ତାତି ସେତେ ଉଷ୍ଣ ହେବାରେ ଲାଗିଛି । ଏହାରି ଭିତରେ ୩ ପ୍ରମୁଖ ରାଜନୈତିକ ଦଳ ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି । ସେଥିରେ ବିଜେଡିର ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା ହୋଇଛି । ମୋଟ ୪୦ଜଣିଆ ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କରିଛି ବିଜେଡି । ଏହି ପ୍ରଚାର ତାଲିକାରେ ଅଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଜେଡି ସଂଗଠକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏହି ତାଲିକାରେ ମଧ୍ୟ ଅଛନ୍ତି । ସେହିପରି ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରୀତି ରଞ୍ଜନ ଘଡେଇ, ସୁଲତା ଦେଓ, ପ୍ରସନ୍ନ ଆଚାର୍ୟ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ଆକାଶ ଦାସନାୟକ, ଅରିନ୍ଦମ ରାୟ, ଏଲିନା ଦାସ ପ୍ରମୁଖ୍ ସାମିଲ ଅଛନ୍ତି । ତେବେ ଦେଖାଯାଉ ଧାମନଗରରେ ନବୀନ ପ୍ରଚାର କରୁଛନ୍ତି ନା ପିପିଲି ଭଳି ଭର୍ଚୁଆଲରେ ପ୍ରଚାର କରୁଛନ୍ତି ।

Leave A Reply

Your email address will not be published.