ପୁଣି ଥାନାର ଦ୍ୱାରସ୍ତ ହେଲେ ଅନୁଭବ ମହାନ୍ତି: କାହିଁକି ଜାଣନ୍ତୁ?

0

କଟକ (ଆମ ଟିଭି): ପୁଣି ଥାନାରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି । ଏଥର କୌଣସି ପାରିବାରିକ ବିବାଦ ମାମଲାକୁ ନେଇ ନୁହେଁ ବରଂ ନିଜ ସୋସିଆଲ ମିଡିଆ ପାଇଁ । ସୋଶାଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଓ ଫେସ୍ବୁକ୍ରେ ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲାଯିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଅନୁଭବ। ସେ କଟକ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏନେଇ ଏତଲା ଦେଇଛନ୍ତି। ଏତଲାରେ ଅନୁଭବ ଦର୍ଶାଇଛନ୍ତି ଯେ ଇନ୍ଷ୍ଟାଗ୍ରାମରେ ତାଙ୍କ ନାଁରେ କେହି ଜଣେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଡୋନେସନ ମାଗୁଛି। ଏହି ଫେକ୍ ଏକାଉଣ୍ଟରେ ଲକ୍ଷେ ୯୪ ହଜାର ଫଲୋଅର ଅଛନ୍ତି।

ଆହୁରି ଉଲ୍ଲେଖ କରିଛନ୍ତି ଯେ ଫେକ୍ ଆକାଉଣ୍ଟ ଖୋଲି ଥିବା ବ୍ୟକ୍ତି ତାଙ୍କୁ ବ୍ଲକ୍ କରି ଦେଇଥିବାରୁ ସେ କୌଣସି ପୋଷ୍ଟ ଦେଖିପାରୁ ନାହାନ୍ତି। ଏହା ସହିତ ଫେସ୍ବୁକ୍ରେ ମଧ୍ୟ ତାଙ୍କ ନାଁରେ ଏକ ଫେକ୍ ଆଉଣ୍ଟ ଖୋଲା ଯାଇଥିବା ସେ ଦର୍ଶାଇଛନ୍ତି। ତୁରନ୍ତ ଉକ୍ତ ଫେକ୍ ଆକାଉଣ୍ଟ ଗୁଡ଼ିକୁ ବନ୍ଦ କରିବା ସହିତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁଭବ ମହାନ୍ତି ତାଙ୍କ ଏତଲାରେ ଲେଖିଛନ୍ତି।

Leave A Reply

Your email address will not be published.